PUNJAB

  • ପଞ୍ଜାବ: ମନ୍ତ୍ରୀମଣ୍ଡଳରୁ ଫୌଜା ସିଂହ ସରାରିଙ୍କ ଇସ୍ତଫା

    ଚଣ୍ଡିଗଡ: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ) ନେତା ତଥା କ୍ୟାବିନେଟ ମନ୍ତ୍ରୀ  ଫୌଜା ସିଂହ ସରାରି ଶନିବାର ଦିନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ମୁତାବକ, ଫୌଜା ସିଂହ ସରାରି ତାଙ୍କ ଇସ୍ତଫା ବ୍ୟକ୍ତିଗତ କାରଣରୁ ଦେଇଥିବା କହିଛନ୍ତି। ସରାରି କହିଛନ୍ତି, ସେ ପଦରୁ ଇସ୍ତଫା ଦେଇଥାଇ ପାରନ୍ତି, କିନ୍ତୁ ଦଳରେ ରହିବେ। ସେ ନିଜକୁ ଜଣେ ଦଳର ଜଣେ ବିଶ୍ବସ୍ଥ ସିପାହୀ ଭାବେ ଅବିହିତ କରିଛନ୍ତି।

    ବିଶେଷ ସୂତ୍ରରୁ ପ୍ରକାଶ, ଫୌଜାଙ୍କ ଇସ୍ତଫା ପରେ ଆଜି ସଂଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିରାଡମ୍ବର ହେବ। ତେବେ ଖୁବ ଶୀଘ୍ର ପଞ୍ଜାବ କ୍ୟାବିନେଟରେ ଏକ ବିରାଟ ଫେରବଦଳ ହେବାକୁ ଯାଉଛି। ନୂଆ ମୁହଁ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିବ।

  • ପଞ୍ଜାବ ତରନ ତାରନ ଥାନା ଉପରେ ଗ୍ରେନେଡ ମାଡ

    ଚଣ୍ଡିଗଡ: ପଞ୍ଜାବର ତରନ ତାରନରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ। ରେକଟ ଲଞ୍ଚର ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି ଥାନା ଉପରେ। ଶୁକ୍ରବାର ମଧ୍ୟରାତ୍ରୀରେ ଏହି ଗ୍ରେନେଡ ମାଡ ହୋଇଥିବା ବେଳେ ଏହା ପାକିସ୍ତାନ ପଟୁ ମାଡ କରାଯାଇଥିବା ସନ୍ଦେହ କରାଯାଉଛି।  ତେବେ ଥାନା ବାହାର ପିଲାର୍‌ରେ ମାଡ଼ ହୋଇ ଏହା ବିପରି ଦିଗକୁ ଛିଟିକି ପଡିଥିଲା। ଫଳରେ ଥାନାର କିଛି କ୍ଷୟକ୍ଷତି ହୋଇ ନାହିଁ।  

    ତରନ ତାରନ ସରହାଲି ଥାନା ଉପରେ  ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଏକ ରକେଟ ଆକୃତିର ଗ୍ରେନେଡ ମାଡ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହା ପଛରେ ପାକିସ୍ତାନର ହାତ ରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ଡିଜିପି ଗୌରବ ଯାଦବ ଓ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

    ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ରହିଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ସେମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ଜଣେ ପୁଲିସ ଅଧିକାରୀ ସନ୍ଦେହ ପ୍ରକଟ କରିଛନ୍ତି।

    ସରହାଲି ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହରବିନ୍ଦର ସିଂହ ଓରଫ ରିଣ୍ତାର ଜନ୍ମସ୍ଥାନ। ସେ କିଛି ଦିନ ତଳେ ପାକିସ୍ତାନରେ ଘଟିଥିବା ଗୁଳିକାଣ୍ତରେ ପ୍ରାଣ ହରାଇଥିଲା। ତେଣୁ ଏହି ଅଞ୍ଚଳରେ କାଳେ ଆତଙ୍କରାଜ କମି ଯିବ, ସେ ଉଦ୍ଦେଶ୍ୟରେ ଆଇଏସଆଇ ଆକ୍ରମଣ ଘଟଣାଥିବା କୁହାଯାଉଛି।

    ପୂର୍ବରୁ ମୋହାଲିରେ ଥିବା ପଞ୍ଜାବ ପୁଲିସ୍‌ ଗୁଇନ୍ଦା ଅଫିସ ଉପରେ ହୋଇଥିବା ରକେଟ ଲଞ୍ଚର ଗ୍ରେନେଡ ଆକ୍ରମଣ ପଛରେ ରିଣ୍ଡାର ହାତ ରହିଥିଲା। ସେ ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ। ଏକଧିକ ହତ୍ୟା ମାମଲାରେ ସାମିଲ ଥିବା ରିଣ୍ଡା ଭାରତରେ ବ୍ୟାନ ହୋଇଥିବା ଖଲିସ୍ତାନ ଗ୍ରୁପ ବାବାର ଖାଲସା ଇଣ୍ଟରନ୍ୟାଶନାଲର ସଦସ୍ୟ ଥିଲା।

  • ଉତ୍ତରପ୍ରଦେଶ ପରେ ପଞ୍ଜାବରେ ପିଟବୁଲ ଆତଙ୍କ

    ଲକ୍ଷ୍ନୌ ପରେ ପଞ୍ଜାବ ଗୁରୁଦାସପୁରରେ ପିଟବୁଲ ଆତଙ୍କ । ୧୩ ବର୍ଷର ନାବାଳକ ତାର ବାପାଙ୍କ ସହ ସ୍କୁଟରରେ ଯାଉଥିବା ବେଳେ ପିଟବୁଲ କୁକୁର ନାବାଳକ ଉପରକୁ ଡିଆଁ ମାରିଥିଲା । ଫଳରେ ନାବାଳକ ଜଣକ ଗାଡ଼ିରୁ ଖସିପଡିଥିଲେ ତା ପରେ କୁକୁର ବାଳକର କାନ ଛିଣ୍ଡାଇ ଦେଇଥିଲା । ନାବାଳକର ବାପା ବାଡିରେ ଘଉଡିବାରୁ ଅଳ୍ପକେ ବର୍ତ୍ତିଥିଲା ନାବାଳକ । ଗୁରୁତର ଅବସ୍ଥାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁଚନା ଅନୁସାରେ ଗୁରୁଦାସପୁର ଜିଲ୍ଲାର କୋଟଲି ଭାମ ସିଂହ ଇଲାକାରେ ୧୩ ବର୍ଷୀୟ ଗୁରୁପ୍ରୀତ ସିଂହ ତାଙ୍କ ବାପାଙ୍କ ସହ ଯାଉଥିବା ବେଳେ କୁକୁରଟି ନାବାଳକ ଉପରକୁ ଆକ୍ରମଣ କରି ଆହତ କରିଥିଲା l କୁକୁରର ମାଲିକ ନିଜ କୁକୁରକୁ ନେଇ ଘରକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । ଲକ୍ଷ୍ନୌରେ କିଛିଦିନ ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଏବେ ପଞ୍ଜାଵ ଘଟଣା ପରେ ଆତଙ୍କ ର ମାହୋଲ ଦେଖା ଦେଇଛି l

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଡେଙ୍ଗା ପୋଲିସ

    ବିଶ୍ୱର ସବୁଠାରୁ ଡେଙ୍ଗା ପୋଲିସ। ଯାହାଙ୍କୁ ଦେଖିଲେ ଭୟରେ ଥରୁଛନ୍ତି ଚୋର। ୭ ଫୁଟ ୬ ଇଞ୍ଚ ଉଚ୍ଚତାର ଡେଙ୍ଗା ପୋଲିସ କର୍ମଚାରୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ଆମେ କହୁଛୁ ପଞ୍ଜାବ ଅମୃତସରରେ କାର୍ଯ୍ୟ କରୁଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ କଥା। ଜଗଦୀପ୍ ସିଂ ଯାହାଙ୍କ ନାଁ ଶୁଣିବା ସହ ଯିଏ ତାଙ୍କୁ ଦେଖୁଛି ସିଏ ଡରୁଛି। ଦୀର୍ଘ ୨୦ ବର୍ଷ ଧରି ପୋଲିସ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସେ ସେହି ଅଞ୍ଚଳର ଜଣେ ଲୋକାଲ ସେଲିବ୍ରିଟି ଭାବେ ବେଶ ଜଣାଶୁଣା। ପିଲାଟିଦିନରୁ ତାଙ୍କର ଲମ୍ୱା ଚେହେରା ପାଇଁ ସେ ସମସ୍ତଙ୍କ ଭିତରେ ବାରି ହୋଇପଡୁଥିଲେ। ତାଙ୍କ ଡେଙ୍ଗା ଉଚ୍ଚତା ଯୋଗୁଁ ସମସ୍ତେ ତାଙ୍କୁ ଟିଭି ଟାୱାର ବୋଲି ଡାକୁଥିଲେ। ଯେତେବେଳେ ସେ ରାସ୍ତାରେ ଡ୍ୟୁଟି କରନ୍ତି ତାଙ୍କ ଭୟରେ ଲୋକେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଇଛା ବି ନ କରନ୍ତି। ଜଗଦୀପଙ୍କ ଉଚ୍ଚତା ପାଇଁ ପଞ୍ଜାବରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିବା ଜଣାପଡିଛି। ଏହି ପରିଚୟ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠାଇବାକୁ ଭଲପାଇଥାନ୍ତି। ଏବଂ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଆନ୍ତି।
    ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

  • ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ନେତା

    ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଗୌରବ ଭଗତ ସିଂ ଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମପି ତଥା ଶିରୋମଣି ଅକାଳି ଦଳର ନେତା ସିମ୍ରନଜିତ୍ ସିଂ । ଭଗତ ସିଂ ତାଙ୍କ ସମୟରେ ଜେନେରାଲ ଆସେମ୍ଲି ବିଷ୍ପୋରଣ କରିବା ସହ ଜଣେ ଇଂରେଜ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଜଣେ ଶିଖ୍ କନେଷ୍ଟବଲଙ୍କୁ ମଧ୍ୟ୍ୟ ହତ୍ୟା କରିଥିଲେ । ତେଣୁ ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ସାମ୍ଭାଦିକ ସମ୍ମିଳନୀରେ ସିମ୍ରନଜିତ୍ ସିଂ ମାନ୍ କହିଛନ୍ତି ।

    କିନ୍ତୁ ଭଗତ ସିଂ ଦେଶ କୁ ସ୍ୱାଧୀନ କରିବା ପାଇଁ ଏପରି କରିଥିବା ଜଣେ ସମ୍ଭାଧିକ କହିବାରୁ ଏହାକୁ ପ୍ରତ୍ୟାଖାନ କରିଥିଲେ ସାଂସଦ । ଜଣେ ହତ୍ୟକାରୀଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବା ଆପଣଙ୍କ ଦୃଷ୍ଟିକୋଣ । କିନ୍ତୁ ଯେତେ ଯାହା ହେଲେ ବି ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ଦୃଢତା ପ୍ରକାଶ କରିଥିଲେ ସାଂସଦ ସିମ୍ରନଜିତ୍ ସିଂ । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ଚାରିଆଡେ ନିନ୍ଦା କାରଯାଇଛି । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ଏହା ଦ୍ୱାରା ଦେଶବାସୀଙ୍କ ଭାବନା ଆହତ ହୋଇଛି । ତେଣୁ ସିମ୍ରନଜିତ୍ ସିଂ ଦେଶବାସୀଙ୍କୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ବର୍ଷାରେ ଚାଲିଛି ରାସ୍ତା କାମ

    ନୂଆଦିଲ୍ଲୀ: କଥାରେ କହନ୍ତି ସରକାର କା ମାଲ ଦରିଆ ମେ ଡାଲ । ଲୋକ ମାନେ ବିଭିନ୍ନ ପ୍ରସଙ୍ଗରେ କହୁଥିବାର ସମସ୍ତେ ଶୁଣିଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ ଜଣେ ଠିକାଦାର ପ୍ରବଳ ବର୍ଷା ଲାହି ରହିଥିବା ବେଳେ ରାସ୍ତାରେ ଶ୍ରମିକ ମାନଙ୍କ ସହାୟାତାରେ ପିଚୁ ଢାଳୁଥିବାର ଭିଡିଓ ଭାଇରାଲ ହୋଇଥିଲା । ପଞ୍ଜାବର ହୋସିଆରପୁର ଠାରେ ପ୍ରବଳ ବର୍ଷା ଚାଲିଥିବା ବେଳେ ସଡକରେ ପିଚୁ ଢାଳିବା କାମ ଚଲାଇଥିଲ ଠିକାଦାର । କାମ ଚାଲଥିବା ସମୟରେ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କ ନଜରକୁ ଆସିବା ପରେ ସରକାର ପିଡବ୍ୟୁଡି ବିଭାଗର ୪ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ବର୍ଷା ଜାରି ରହିଥିବା ବେଳେ ପିଡ୍ବ୍ୟୁଡି କର୍ମଚାରୀ ରାସ୍ତାରେ ପିଚୁ ଢାଳିଚାଲିଛନ୍ତି ଏ ସମୟରେ ଜଣେ ବ୍ୟକ୍ତି  ସେଠାରେ ପହଞ୍ଚିକାମ ବନ୍ଦ କରିବାକୁ କହୁଛନ୍ତି କିନ୍ତୁ କର୍ମଚାରୀ ମାନେ ତାଙ୍କ କଥା ନଶୁଣି ପିଚୁ ଢାଳିବାରେ ଲାଗିଛନ୍ତି । ଏ ଭିଡିଓ ରେ ଦେଖିବାକୁ ମିଳିଛି କି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାରମ୍ଭାର କହୁଛନ୍ଚି କି ଲୋକଙ୍କ ଟଙ୍କାକୁ ଏଭଳି ବରବାଦ କରନାହିଁ । ସଡକରେ ପାଣି ଜମା ହୋଇଛି । ବର୍ଷା ଛାଡିଯିବା ପରେ ରାସ୍ତାରୁ ପାଣି କମିଗଲେ ଆପଣ ମାନେ ପିଚୁ ଢାଳିବେ । ହେଲେ ତାଙ୍କ କଥା କେହି ନଶୁଣ ିରାସ୍ତାରେ ପିଚୁ ଢାଳିବେରେ ଲାଗିଥିଲେ । ଏହା ପରେ ଶେଷଽରେ ବାଧ୍ୟ୍ୟ ହୋଇ ବ୍ୟକ୍ତି ଜଣଙ୍କ ଭିଡିଓ ରେକର୍ଡିଂ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ସମସ୍ତ ଙ୍କ ସଚତେନତା ର ବାର୍ତ୍ତା ଦେଉଛି ।

    ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନିଜ୍ୟୁ

  • ମାନ ସରକାରର କ୍ୟାବିନେଟ ବିସ୍ତାର

    ସୋମବାର ଦିନ ପଞ୍ଜାବର ନାମ ସରକାର ନିଜ କ୍ୟାବିନେଟର ବିସ୍ତାର କରିଛନ୍ତି। ୫ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ରାଜ୍ୟପାଳ ବନବାରୀଲାଲ ପୁରୋହିତ ସିଏମ ଭଗବନ୍ତ ମାନଙ୍କ ଉପସ୍ଥିତିରେ ରାଜଭବନର ଗୁରୁ ନାନକ ଦେବ ସଭାଗୃହରେ ଶପଥପାଠ କରିଛନ୍ତି।  ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି କୌଜା ସିଂହ ସରାରୀ, ଇନ୍ଦ୍ରବୀର ସିଂହ ନଜ୍ଜର, ଅମନ ଅରୋଡା, ଚେତନ ସିଂହ ଜୌରାମାଜରା ଓ ଅନମୋଲ ଗଗନ ମାନ। 

    ଚଳିତ ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନରେ ଆପ ବହୁମତ ହାସଲ କରିବା ପରେ ଭଗବନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ ୧୦ ଜଣ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବେଳେ ସୋମବାର ୫ ଜଣଙ୍କୁ ସାମିଲ କରାଯାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ  ବିଭାଗ ବଣ୍ଟନ ହେବ। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନ କହିଛନ୍ତି,  ଆପର ସମସ୍ତ ୯୨ ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ସମ୍ଭବ ନୁହେଁ। ତେବେ ସେମାନଙ୍କୁ ଅନ୍ୟ ଦାୟିତ୍ବ ଦିଆଯିବ। ଏହି ୫ ଜଣଙ୍କୁ ମିଶାଇ ଏବେ ମାନ ସରକାରର ମନ୍ତ୍ରୀ ସଂଖ୍ୟା ୧୫ରେ ପହଞ୍ଚିଛି।

  • ଅଗ୍ନିପଥ ଯୋଜନା ହଟାଇବାକୁ ମାନ ସରକାରର ଦାବି

    ଚଣ୍ଡିଗଡ: ପଞ୍ଜାବ ବିଧାନସଭାରେ ଅଗ୍ନିପଥ ସ୍କିମ ଉପରେ ରିଜୋଲୁସନ ପାସ କରି ହଟାଇବାକୁ କେନ୍ଦ୍ର ସରକାର ନିକଟରେ ଅପିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ବରେ ବିଧାନସଭାରେ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ଏହି ସ୍କିମ ଉଠାଇନେବାକୁ ଅପିଲ କରାଯାଇଥିବା ସିଏମଓ ପକ୍ଷରୁ କୁହାଯାଇଛି।

    ଗୁରୁବାର ପଞ୍ଜାବ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଦ୍ବାରା ବିନା କୌଣସି ଔପଚାରିକ ଘୋଷଣା ଓ ବିଚାର ବିମର୍ଷରେ ସେନାରେ ଅଗ୍ନିପଥ ଯୋଜନାର ଆରମ୍ଭ ଦେଶବ୍ୟାପୀ ଏକ ପ୍ରକ୍ରିୟା ସୃଷ୍ଟି କରିଛି। ଏପରି ଯୋଜନା ଯୁବପିଢିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି, ଯେଉଁମାନେ ସାରା ଜୀବନ ସେନା ପାଇଁ କାର୍ଯ୍ୟକରିବାକୁ ଚାହୁଁଛନ୍ତି।

    ମାନ ଆହୁରି ଗୃହକୁ ମନେ ପକାଇ ଦେଇଥିଲେ କି, ପଞ୍ଜାବରୁ ଏକ ଲକ୍ଷରୁ ଅଧିକ ସୈନିକ ସେନାରେ ଯୋଗ ଦେଇ ଦେଶ ସେବାରେ ନିୟୋଜିତ ଅଛନ୍ତି ଓ ବହୁ ସଂଖ୍ୟାରେ ଦେଶମାତୃକା ପାଇଁ ଜୀବନ ଦେଇଛନ୍ତି। ପଞ୍ଜାବ ଯୁବକମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ବିଦିତ। କିନ୍ତୁ ସରକାର ଦ୍ବାରା ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ସେମାନଙ୍କ ସ୍ବପ୍ନକୁ ଧୂଳିସାତ କରିବା ସହ ସେମାନଙ୍କ ମଧ୍ୟରେ ହତୋତ୍ସାହ ଭରି ଦେବ। ତେଣୁ ଏହାକୁ ତୁରନ୍ତ ନିରସ୍ତ୍ର କରିବାକୁ ମାନ ସରକାର ଅପିଲ କରିଛି।

  • ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା, ଦିନେ ପୂର୍ବରୁ ପଞ୍ଜାବ ସରକାର ହଟାଇଥିଲେ ସୁରକ୍ଷା ବ୍ୟବସ୍ଥା

    ପଞ୍ଜାବର ଜଣାଶୁଣା ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା l ପଞ୍ଜାବର ଭାଗବତ ମାନ ସରକାର ଶନିବାର ଦିନ ସିଦ୍ଧୁ ମୁସୱାଲାଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଖବର ଅଛି ଯେ ପୂର୍ବରୁ ଗାୟକଙ୍କ ପାଖରେ ୧୦ ଜଣ ବନ୍ଧୁକଧାରୀ ଥିଲେ, କିନ୍ତୁ ପରେ ସେମାନଙ୍କ ସଂଖ୍ୟା କମିଯାଇଥିଲା। ଏହା ସହିତ ଶୁଣିବାକୁ ମିଳିଛି ଯେ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ହତ୍ୟାକାରୀମାନେ ଅପରାଧ ଘଟାଇବା ମାତ୍ରେ ଚାଲିଯାଇଥିଲେ । ଘଟଣାସ୍ଥଳରେ ସିଦ୍ଧୁ ମୁସେୱାଲାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ଚିକିତ୍ସା କରିବା ସମୟରେ ମୃତ ଘୋଷଣା କରିଥିଲେ ।

    ମୁସେୱାଲାଙ୍କ ମୃତ୍ୟୁ ଖବର ପରେ ପଞ୍ଜାବରେ ଏବଂ ସାରା ଦେଶରେ ଏକ ସମ୍ବେଦନଶୀଳତା ଦେଖାଦେଇଛି। କିଛି ଦୁବୃତ୍ତଙ୍କ ଦ୍ୱାରା ହତ୍ୟା କରିଥିବା ସୂଚନା ମିଳିଛି। ଏହି ସମୟରେ, ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ଏହା ସହିତ ଏହା ଜାଣିବାକୁ ମିଳିଛି କି ଯେ ଏହି ଘଟଣାରେ ତାଙ୍କର ଦୁଇ ସାଥୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମନସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପଞ୍ଜାବ ପୋଲିସ ତଦନ୍ତ ଆରମ୍ଭ କରିଛି।

Back to top button