REACH

  • କୋଟିପତି ଡ୍ରଗସ୍ ଇନିସପେକ୍ଟର

    ବିହାରର ପାଟଣା ସହର ସୁଲତାନଗଞ୍ଜ ଅଞ୍ଚଳରେ ଥିବା ଜିତେନ୍ଦ୍ର କୁମାରଙ୍କ ଘର ଉପରେ ଛାପା ମାରିବା ସମୟରେ ନୋଟରେ ଭରା ୫ଟି ବସ୍ତା, ୪ ଟିଦାମୀକାର , ସୁନା ରୁପାର ବହୁ ଅଳଙ୍କାର ,ବହୁ ଏଟିଏମକାର୍ଡ ଜବତ କରାଯାଇଛି । ତଦନ୍ତ କାରୀ ସଂସ୍ଥାପକ୍ଷରୁ ଜିତେନ୍ଦ୍ରକୁମାରଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ କେସଦାୟର କରାଯାଇଛି ।  କୋର୍ଟ ଅନୁମତି ପ୍ରଦାନ କରିବା ପରେ ରେଡ କରାଯାଇଛି । ଜିତେନ୍ଦ୍ର କୁମାରଙ୍କ ଘର ସମେତ ଏକାଧିକ ସ୍ଥାନରେ ରେଡ ଜାରି କରାଯାଉଛି ।

    ସୁଲତାନଗଞ୍ଜ , ପାଟଣାର ଗେଲାରୋଡ , ଜାହନାବାଦ ଓ ଗୟା ଆଦି ସ୍ଥାନରେ ରେଡ ହୋଇଛି । ୪ ଟି ସ୍ଥାନରେ ଗୋଟିଏ ସମୟରେ ରେଡ କରାଯାଇଛି ।  ୪ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ଗଣିବା ପାଇଁ ମେସିନ ମଗାଯାଇ ଟଙ୍କାଗଣା ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା ଡିଏସି ସୁରେନ୍ଦ୍ର ମୋଆରକ ହିବାଅନୁସାରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଉ ଏକ ଏଫଆଇ ଆରଦାୟର କରାଯାଇଛି । କୋଟି କୋଟି ଟଙ୍କା ସୁନାରୁପା, ଦାମୀକାର, ଜମିକାଗଜ ପତ୍ର ସମେତ ଅନେକ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତକରା ଯାଇଛି ।

    ଗିରଫଦାରୀ ଭୟରେ ଜିତେନ୍ଦ୍ରକୁମାର ଫେରାର ହୋଇଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି । ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ଦୁର୍ନୀତି କରିବାପାଇଁ ଥରେ ନୁହେଁ ବହୁବାର ଚିନ୍ତା କରିବେ । ନଚେତ ଦୁର୍ନୀତି ସମାଜରେ ଏକବ୍ୟାଧି ଭାବରେ ହୁହୁ ବଢିଚାଲିଛି । ଏହାକୁ ରୋକିବା ବ୍ୟବସ୍ଥା ପାଇଁ କଷ୍ଟକର ହୋଇପଡିବ ।

    ସ୍ମରଜିତ୍ଆର୍ଯ୍ୟଙ୍କ ରିପୋର୍ଟ

Back to top button