ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନ ଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ମଜବୁତ କରିଛି l ରବିବାର ଦିନ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ନିକଟରେ ସଲିମ ଖାନଙ୍କୁ ଏକ ଅଜ୍ଞାତ ଧମକ ପତ୍ର ମିଳିବା ପରେ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରିଥିଲା। ପୋଲିସ କହିଛି ଏହି ଚିଠିକୁ ସଲିମ ଖାନଙ୍କ ସୁରକ୍ଷା କର୍ମୀମାନେ ଏକ ବେଞ୍ଚରେ ପାଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଚିଠିରେ ଉଭୟ ସଲମାନ ଏବଂ ସଲିମ ଖାନଙ୍କ ପାଇଁ ହତ୍ୟା ଧମକ ରହିଛି। ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି।
salman khan
-
ସଲମାନ ଙ୍କୁ ମିଳିଛି ହତ୍ୟା ଧମକ
-
କରଣ ଜୋହର ଙ୍କ ହାଫ୍ ସେଞ୍ଚୁରୀ, ଦେଖନ୍ତୁ କେଉଁ ବୋଲିଉଡ଼ ତାରକା ହୋଇଥିଲେ ପାର୍ଟି ରେ ସାମିଲ
ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିକଟରେ ତାଙ୍କ ପଚାଶତମ ଜନ୍ମଦିନ ଅବସର ରେ ମୁମ୍ବାଇର YRF ଷ୍ଟୁଡିଓରେ ତାଙ୍କ ସେଲିବ୍ରିଟି ବନ୍ଧୁମାନଙ୍କ ପାଇଁ ଏକ ପାର୍ଟି ଦେଇଥିଲେ | ଏହି ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ |
ସଲମାନ ଖାନ, ଐଶ୍ଵର୍ଯ୍ୟା ରାଏ, ଅଭିଷେକ ବଚ୍ଚନ, ହ୍ରିତିକ ରୋଶନ,କଟ୍ରିନା କୈଫ, ଭିକି କୋଶଲ, ସାବା ଆଜାଦ, ସୈଫ ଅଲି ଖାନ, କରୀନା କପୁର ଖାନ, ସେମାନଙ୍କର ଘନିଷ୍ଠ ବନ୍ଧୁ ମଲାଇକା ଆରୋରା, ଆମିର ଖାନ ଓ ତାଙ୍କ ପତ୍ନୀ କିରଣ ରାଓ ଭଳି ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ |
-
ପୁଣି ସଲମାନ ଖାନଙ୍କୁ ଝଟକା
ବଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଖାନଙ୍କୁ ଝଟକା । ସବୁବେଳେ ବିବାଦରେ ରହିଆସିଥିବା ସଲମାନଙ୍କୁ ଏଥର କୋର୍ଟରୁ ଝଟକା ମିଳିଛି । ପଡୋଶୀଙ୍କ ବିରୋଧରେ ସଲମାନ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିଛନ୍ତ ମୁମ୍ବାଇ କୋର୍ଟ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ଏହାଦ୍ୱାରା ତାଙ୍କର ମାନହାନୀ ହେଉଛି ବୋଲି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେତେବେଳେ କି କେତନ କରିଥିବା ଅଭିଯୋଗର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ।
ତେବେ ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ମାନହାନୀ ପାଇଁ ଉଦ୍ଦିଷ୍ଟ ଗ୍ୟାଗ୍ ଅର୍ଡରର ଅନ୍ତିମ ଆବେଦନ ଏଥିସହ ଖାରଜ ହୋଇଥିବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଭାରତୀୟ କେତନ କକ୍କଡ ଅଧିକାଶ ସମୟ ଦେଶ ବାହାରେ ରୁହନ୍ତି । ଯାହାର ଫାଇଦା ଉଠାଇ ସଲମାନ ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଳଗାଉଥିବା କକ୍କଡ ଅଭିଯୋଗ କରିଥିଲେ । ଏହାପରେ ସଲମାନ କକ୍କଡଙ୍କ ବିରୋଧରେ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିବା ପରେ ସଲମାନଙ୍କୁ ଝଟକା ମିଳିଛି ।