samna

  • ଶାହଙ୍କୁ ଜାମିନ ମିଳିବାରେ ସହାୟକ ହୋଇଥିଲେ ପାୱାର: ସାମ୍ନା

    ମୁମ୍ବାଇ: ୨୦୦୨ଗୁଜୁରାଟ ଦଙ୍ଗାର ଏକ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜାମିଲ ଦେବାରେ ସହାୟକ ହୋଇଥିଲେ ଏନସିପି ମୁଖ୍ୟ ଶରଦ ପାୱାର। ରବିବାର ଶିବସେନା ମୁଖପତ୍ର  ସାମନାରେ ଏପରି ଏକ ଆଲେଖ୍ୟ ପ୍ରକାଶ ପାଇଛି। ଏହି ଲେଖାକୁ ନେଇ ଏବେ ଗରମ ରାଜନୀତି। ଏନସିପି ନେତା ପ୍ରଫୁଲ୍ଲ ପଟେଲ ଶିବସେନାର ଏହି ଦାବିକୁ ଖାରଜ କରି ଦେଇଥିବା ବେଳେ ଏହା ସମ୍ପୂର୍ଣ୍ଣ ନିରାଧାର ବୋଲି କହିଛନ୍ତି।

    ସାମ୍ନାର ସାପ୍ତାହିକ କଲମ ରୋକଠୋକରେ ଲେଖା ଯାଇଛି କି, ଅମିତ ଶାହ ବାରମ୍ବାର ମହାରାଷ୍ଟ୍ର ବିଷୟରେ ଖରାପ ଭାଷାର ବ୍ୟବହାର କରୁଛନ୍ତି। ଏହା ମହାରାଷ୍ଟ୍ରପତି ତାଙ୍କ ଘୃଣା। ଯେତେବେଳେ କି ତାଙ୍କୁ ମହାରାଷ୍ଟ୍ର ଓ ମରାଠୀ ମଣିଷଙ୍କ ପ୍ରତି କୃତଜ୍ଞ ରହିବା ଦରକାର। ଯେତେବେଳେ ୟୁପିଏ ସରକାର ମୋଦି ଓ ଶାହାଙ୍କ ପାଇଁ କାଳ ହୋଇଥିଲା, ସେତେବେଳେ ପାୱାର ଓ ମୋଦିଙ୍କ ମଧ୍ୟରେ ବେଶ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଥିଲା। ଯେଉଁ କାରଣରୁ ଶାହାଙ୍କୁ ଗୋଧରାର ଏକ ମାମଲାରୁ ଜାମିନ ଦେବାରେ ସହାୟକ ହୋଇଥିଲେ ପାୱାର।

    ସୂଚନା ଯୋଗ୍ୟ ସାମ୍ନାର ସାପ୍ତାହିକ କଲମ ରୋକଠୋକ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଲେଖୁଥିଲେ। ସେ ଜେଲ ଯିବା ପରେ କଲମକୁ କଡକ ନାଥ ମୁମ୍ବାଇକର ନାମରେ ଲେଖା ଯାଉଛି।  ରାଉତ ଚୋଲ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସେଣ୍ଟ୍ରାଲ ଜେଲରେ ଅଛନ୍ତି।

Back to top button