sc

  • କଂଗ୍ରେସର ସମ୍ପତ୍ତି ତାଲିକା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟଙ୍କ ମନା

    ନୂଆଦିଲ୍ଲୀ: ଆୟକର ବିଭାଗକୁ  କଂଗ୍ରେସର ସମ୍ପତ୍ତି ଓ ଖାତାର ସୂଚନା ଏକାଠି କରିବାର ନିର୍ଦ୍ଦେଶ ଦେବାକୁ ହୋଇଥିବା ଯାଚିକା ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟଙ୍କ ମୁତାବକ ଏପରି ଯାଚିକା ଉପରେ ବିଚାର କରିବା ଉଚିତ ଲାଗୁ ନାହିଁ। ସୁପ୍ରିମ କୋର୍ଟ ଯାଚିକା କର୍ତ୍ତାଙ୍କୁ ଆଇନ ଅନ୍ତର୍ଗତ ଉପଲବ୍ଧ ବିକଳ୍ପକୁ ଆପଣେଇବାକୁ କହିଛନ୍ତି।

    ଜିତେନ ସିଂହ ବିଶେନଙ୍କ ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ କହିଥିଲେ କି, ଆୟକର ବିଭାଗକୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ରାଜ୍ୟ ଓ ଅନ୍ୟ ସଂସ୍ଥା ଦ୍ବାରା ରଖାଯାଇଥିବା ସମ୍ପତ୍ତି ଓ ଖାତାର ବିବରଣୀ ଏକାଠି କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ଏଥିସହ ବିନା ରିହାତି ବକେୟା କରର ଆକଳନ କରିବାକୁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।   

  • ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲା: ରାୟ ସଂରକ୍ଷିତ

    ନୂଆଦିଲ୍ଲୀ: ଅବିବାହିତା ଗର୍ଭବତୀଙ୍କ ଗର୍ଭପାତ ମାମଲାରେ ରାୟ ସଂରକ୍ଷିତ। ସୁପ୍ରିମ କୋର୍ଟରେ ଅବିବାହିତ ମହିଳାଙ୍କ ୨୪ ସପ୍ତାହର ଗର୍ଭପାତ ପାଇଁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। କିନ୍ତୁ ରାୟ ଦେବା ପୂର୍ବରୁ କୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି।   ରାୟ ଆସିଲେ ଏହା ଅବିବାହିତ ଗର୍ଭବତୀ ମହିଳାଙ୍କ ଗର୍ଭପାତ ଉପରେ ନିୟମ ଜାରି ହେବ।

    ଜଣେ ଅବିବାହିତ ଯୁବତୀ ତାଙ୍କ ୨୪ ସପ୍ତାହର ଗର୍ଭକୁ ଭେଷଜ ପଦ୍ଧତିରେ ନଷ୍ଟ କରିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କହିଥିଲେ କି, ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ୨୦୨୧ରେ ଯେଉଁ ପରିବର୍ତ୍ତନ କରାଯାଇଛି, ଏହା ଅନ୍ତର୍ଗତ ଆକ୍ଟରେ ମହିଳା ଓ ତାଙ୍କ ପାର୍ଟନର ଶବ୍ଦର ବ୍ୟବହାର ହୋଇଥିଲା, ଯେଉଁଠି ସ୍ବାମୀଙ୍କ ନାମ ରହିବା କଥା। ତଥାପି ଅବିବାହିତ ମହିଳା ଏହି ଆକ୍ଟ ଅଧୀନରେ ଆସୁଛନ୍ତି।

    ଜଷ୍ଟିସ ଚନ୍ଦ୍ରଚୁଡ ଶୁଣାଣି କାଳରେ କହିଥିଲେ କି, ମାମଲାରେ ଯାଚିକାକର୍ତ୍ତା ମହିଳାଙ୍କୁ ସେ ଅବିବାହିତ ଥିବାରୁ ତାଙ୍କୁ ଆକ୍ଟ ଅନ୍ତର୍ଗତ ମିଳୁଥିବା ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ।  ଯେଉଁ ଆଇନ ରହିଛି ତାହା କେବଳ ବୈବାହିକ ସମ୍ପର୍କରେ ଅନିଚ୍ଛାକୃତ ଗର୍ଭବତୀ ପର୍ଯ୍ୟନ୍ତ ସିମିତ ନୁହେଁ।  ଏଥିସହ ଏହାକୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭ ନଷ୍ଟ କରିବା ପର୍ଯ୍ୟନ୍ତ ସୀମିତ ରଖା ଯାଇ ପାରିବ ନାହିଁ। ଏପରି କରିବାରୁ ଅବିବାହିତ ମହିଳାଙ୍କ ସହ ଭେଦଭାବ ହେବ।

     ତେବେ ଆମ ଦେଶରେ ଗର୍ଭପାତକୁ ଆଇନଗତ ଅନୁମତି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁକି ପୂର୍ଣ୍ଣ ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ରହିଛି। ଭାରତରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ରହିଛି, ଯାହା ୧୯୭୧ରୁ ଲାଗୁ ହୋଇଛି।  ପରେ ୨୦୨୧ରେ ଏଥିରେ କିଛି ସଂଶୋଧନ ହୋଇଥିଲା। ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ଅନୁମତି ଦିଆଯାଇଥିଲା, କିନ୍ତୁ ୨୦୨୧ରେ ଏଥିରେ ସଂଶୋଧନ କରି ଏହି ସମୟ ସୀମାକୁ ୨୪ ସପ୍ତାହ କରାଯାଇଛି। ଖାଲି ଏଥିକି ନୁହେଁ, କିଛି ଖାସ ମାମଲାରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତକୁ ଅନୁମତି ଦିଆଯାଇପାରେ।  

  • ସେବା ନିୟନ୍ତ୍ରଣ ମାମଲାର ଶୁଣାଣି କରିବ  ୫ ଜଣିଆ ଖଣ୍ଡପୀଠ

    ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନବି ରମଣା ମାଗଣା ବଣ୍ଟନ ମାମଲାକୁ ନେଇ କହିଛନ୍ତି କି, ଦେଶର ରାଜଧାନୀରେ ସେବା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରର ବିଧି ବ୍ୟବସ୍ଥା ତଥା କାର୍ଯ୍ୟକାରୀ କ୍ଷମତା ଦାୟରା ସମ୍ବନ୍ଧିତ ଆଇନଗତ ମୁଦା ଉପରେ ଶୁଣାଣି କରିବାକୁ ଏକ  ଜଣିଆ ଖଣ୍ଡପୀଠର ଗଠନ କରିଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବ।

    ଅନ୍ୟମାନଙ୍କ ମଧ୍ୟରେ ଜଣେ ଓକିଲ ଜଷ୍ଟିସ ରମଣ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ସିଟି ରବିକୁମାରଙ୍କ ସମ୍ମୁଖରେ ମାମଲା ଉପସ୍ଥାପିତ କରିଥିଲେ। ତେବେ ମେ ୬ ତାରିଖରେ ସୁପ୍ରିମ କୋର୍ଟ ଦିଲ୍ଲୀରେ ମାଗଣା ସେବାକୁ ନେଇ ଦାୟର ମାମଲାର ଶୁଣାଣି ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ।  

    ସିଜେଆଇ ସେତେବେଳେ କହିଥିଲେ, ସମ୍ବିଧାନର ପ୍ରାବଧାନସବୁ ଓ ସମ୍ବିଧାନର ଅନଛେଦ ୨୩୯ ଏଏ (ଯାହା ଦିଲ୍ଲୀର କ୍ଷମତା ସମ୍ବନ୍ଧିତ)ର ଅଧୀନ ଓ ସମ୍ବିଧାନ ପୀଠର ନିଷ୍ପତ୍ତି ଉପରେ ବିଚାର କରିବା ପରେ ଏହା ପ୍ରତିତ ହୋଇଛି କି, ଏହି ଖଣ୍ଡପୀଠ ନିକଟରେ ଏକ ଲମ୍ବିତ ମୁଦ୍ଦାକୁ ଛାଡି ସବୁ ମୁଦାର ପୂର୍ଣ୍ଣ ସମାଧାନ କରାଯାଇଛି। ତେଣୁ ଯେଉଁ ମାମଲାର ଶୁଣାଣି ସରିଛି ତାର ପୁନଃ ବିଚାରର ଆବଶ୍ୟକତା ରହିଛି।

    ମାମଲାକୁ ନେଇ ସମ୍ବିଧାନର ଅନୁଚ୍ଛେଦ ୨୩୯ଏଏର ଉଲ୍ଲେଖ କରି ଖଣ୍ଡପୀଠ ଏହା ଉପରେ ବିଶେଷ ଟିପ୍ପଣୀ ଦେଇନାହାନ୍ତି। ତେଣୁ ସମ୍ବିଧାନ ପୀଠ ଦ୍ବାରା ଏହି ମାମଲାରେ ଏକ ଅଧିକାରିକ ନିଷ୍ପତ୍ତି ପାଇଁ ଉପରୋକ୍ତ ମାମଲାକୁ ସେଠାକୁ ପଠାଇବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ।

    ମାମଲାରେ କେନ୍ଦ୍ର ସରକାର ସେବା ନିୟନ୍ତ୍ରଣ ଓ ସଂଶୋଧିକ ଜିଏନସିଟିଡି ଅଧିନିୟମ ୨୦୨୧ର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାରର ଦୁଇଟି ଅଲଗା ଯାଚିକାର ଯୁଗ୍ମ ଶୁଣାଣି କରିବାକୁ ଅନୁରୋଧ କରିଥିଲେ।  ଏହି ଯାଚିକା ୨୦୧୯ ଫେବୃଆରୀ ୧୪ର ଖଣ୍ଡିତ ନିଷ୍ପତ୍ତିକୁ ଧ୍ୟାନରେ ରଖି ଦାୟର କରାଯାଇଛି, ଯେଉଁଥିରେ ଜଷ୍ଟିସ ଏ କେ ସିକରୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କୁ ତାଙ୍କ ବିଭାଜିତ ନିଷ୍ପତ୍ତି ଦୃଷ୍ଟିରୁ ଦିଲ୍ଲୀରେ ସେବା ନିୟନ୍ତ୍ରଣ ମୁଦ୍ଦା ଉପରେ ଅନ୍ତିମ ନିଷ୍ପତ୍ତି ନେବାକୁ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠର ଗଠନର ସୁପାରିଶ କରାଯାଇଥିଲା। ଜଷ୍ଟିସ ଭୂଷଣ ସେତେବେଳେ କହିଥବଲେ କି, ଦିଲ୍ଲୀ ସରକାର ନିକଟରେ ପ୍ରଶାସନିକ ସେବା ସବୁ ଉପରେ କୌଣସି ଅଧିକାର ନାହିଁ। କିନ୍ତୁ ଜଷ୍ଟିସ ସିକରୀଙ୍କ ରାୟ ଭିନ୍ନ ଥିଲା।

  • ଆଧ୍ୟାତ୍ମିକ ବିଦ୍ୟାଳୟରେ ମହିଳାଙ୍କ ପ୍ରତି ନିର୍ଯାତନା…

    ଆଧ୍ୟାତ୍ମିକ ବିଦ୍ୟାଳୟରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା । ଏହିପରି ଏକ ଅଭିଯୋଗ ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା ସୁପ୍ରିମକୋର୍ଟରେ।  ସୁପ୍ରିମ କୋର୍ଟ ଏହାକୁ ଖାରଜ କରି ଦେବା ସହ ହାଇକୋର୍ଟଙ୍କ ସମ୍ମୁଖରେ ସମସ୍ତ ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଏକ ଆଶ୍ରମରେ ମହିଳାଙ୍କ ସ୍ଥିତି ସଂଗୀନ ଥିବାକୁ ନେଇ  ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟ ଏଥିରେ ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଓ ଏ ଏସ ବୋପାନ୍ନା  ଆଶ୍ରମ ପକ୍ଷରୁ ଦାୟର ଯାଚିକା ଉପରେ ହାଇକୋର୍ଟଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରମ ପକ୍ଷରୁ ଓକିଲ କୋର୍ଟଙ୍କୁ ଜଣାଇଥିଲେ କି, ଏହି ଆଶ୍ରମ ଲୋକଙ୍କ ଜୀବନର ମାନଦଣ୍ଡ ବୃଦ୍ଧି ସହ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେଠାକୁ କମିଟି ଯାଇ ତଦନ୍ତ କରିବା ଦ୍ବାରା ସେଠାର ଅନ୍ତେବାସୀଙ୍କ ଜୀବନଧାରା ବାଧାପ୍ରାପ୍ତ ହେବ। ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଯାହା କହିବାର ଅଛି ହାଇକୋର୍ଟଙ୍କ ସମ୍ମୁଖରେ କୁହାଯାଉ।

Back to top button