teacher problem

  • ୧୦୫ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

    ବାଙ୍କୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା । କୋଟି କୋଟି ଟଙ୍କା ବେୟବରାଦରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତିକରଣ କରାଯାଉଛି । ହେଲେ ବିଦ୍ୟାଳୟରେ ରହିଛି ଶିକ୍ଷକଙ୍କ ଅଭାବ । ଯେଉଁଥିପାଇଁ ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଆସନ୍ତୁ ଦେଖିବା

    ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ । ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ପାଠ ପଢ଼ା । ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ । ଆମେ କହୁଛୁ କଟକ ଜିଲ୍ଲା ବାଙ୍କୀ ଗୋପାଳପୁର ପଂଚାୟତର ଶ୍ରୀ ସିଂହନାଥ ଦେବ ବିଦ୍ୟାପୀଠର ବାସ୍ତବ ଚିତ୍ର । ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ ବ୍ୟବସ୍ତା ରହିଥିବାବେଳେ ୧୦୫ ଜଣ ଛାତ୍ରଛାତ୍ରୀ ଏଠି ପାଠ ପଢନ୍ତି । ଆଉ ପାଠ ପଢ଼ାଇବା ପାଇଁ ୨ ଜଣ ଶିକ୍ଷକ ରହିଛନ୍ତି । ଜଣେ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ତୁଲାଉଥିବା ବେଳେ ଆଉ ଜଣେ ସଂସ୍କୃତ ଶିକ୍ଷକ । ଯେଉଁଥିପାଇଁ  ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  

    ସେପଟେ ୨ ଜଣ ଶିକ୍ଷକରେ ପାଠ ପଢ଼ାଇବା କଷ୍ଟକର ହେଉଥିବା ପ୍ରଧାନ ଶିକ୍ଷକ ସ୍ୱିକାର କରିଛନ୍ତି । ଯଥାଶୀଘ୍ର ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ଯଦି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏଠି ଯଥାଶୀଘ୍ର ଶିକ୍ଷକ ଯୋଗାଇ ଦିଆ ନଯାଏ ତେବେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଚେତାବନୀ ଦିଆଯାଇଛି।

  • ଶିକ୍ଷକ ସମସ୍ୟା ବୁଝିବ କମିଟି।

    ଭୁବନେଶ୍ବର:  ଶିକ୍ଷକ ସମସ୍ୟା ସମାଧାନ ନେଇ ଗଠନ ହେଲା କମିଟି। ମୁଖ୍ୟ ଶାସନ ସଚିବଙ୍କ ସହ ମହାସଂଘର ଆଲୋଚନା ପରେ ୪ ଦିନ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଥିବା ପ୍ରାଥମିକ ଶିକ୍ଷକ ସଂଘ ଶେଷରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି। ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଥିଲା। ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ସ୍ପଷ୍ଟତା ଲୋଡ଼ି ପୁଣି ବିରୋଧୀ ବର୍ଷିଥିଲେ। ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତ ଗୃହରେ ଧାରଣା ଦେଇଥିଲେ।

    ଶେଷରେ ସଫଳ ହେଲା ଆଲୋଚନା। ଲୋୟର ପିଏମଜିରେ ୩ ଦଫା ଦାବି ନେଇ ୪ ଦିନ ହେଲା ଅହୋରାତ୍ର ଧାରଣା  ଦେଇଥିବା ଶିକ୍ଷକ ମହାସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳ ହୋଇଛି। ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ରହିବେ। ଆସନ୍ତା ୧୬ରୁ ୨୦ ତାରିଖ ଭିତରେ କମିଟି ସହ ସଂଘ ପୁନର୍ବାର ଆଲୋଚନା କରିବ। ଆଉ ମହାସଂଘ ବି ସରକାରଙ୍କ ସହ ଆଲୋଚନା କରି ସନ୍ତୁଷ୍ଟ ହୋଇଛି। ଆନ୍ଦୋଳନରୁ ଓହରିବାକୁ ସଙ୍କେତ ଦେଇଛି ମହାସଂଘ। ଅବଶ୍ୟ ଷ୍ଟିଅରିଂ କମିଟି ଉପରେ ନିଷ୍ପତ୍ତି ଛାଡ଼ିଦିଆଯାଇଛି। କିନ୍ତୁ ତା ସହ ବି ଯୋଡ଼ିଛି, କମିଟି ଗଠନ କେବଳ ଯଦି ଆଇଓ୍ୱାସ୍ ପାଇଁ ଉଦ୍ଦିଷ୍ଟ ହୁଏ, ତେବେ ପୁନର୍ବାର ଆନ୍ଦୋଳନକୁ ଫେରିବ ମହାସଂଘ ବୋଲି ଚେତାଇଦେଇଛି।

    ସେପଟେ ଆଲୋଚନା ପୂର୍ବରୁ ବିଧାନସଭାରେ ଶିକ୍ଷକ ସମସ୍ୟା ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗଲା ଦୁଇ ଦିନ ଭଳି ଆଜି ପ୍ରଶ୍ନକାଳ ସିନା ଅଚଳ ହେଲାନି। କିନ୍ତୁ ପ୍ରଶ୍ନକାଳରେ ବି ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷା ସମସ୍ୟା ନେଇ ବେଶ୍ ଗୁଡ଼ାଇତୁଡ଼ାଇ ପଚାରିଥିଲେ ସରକାରଙ୍କୁ ବିରୋଧୀ। ଆଉ ପ୍ରଶ୍ନକାଳ ସରିବା ମାତ୍ରେ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହକୁ ଅବଗତ କରିଥିଲେ କି, ଶିକ୍ଷକ ସଂଘ ତାଙ୍କୁ ଧମକ ଦେଇଛି। ଯଦି ସେମାନଙ୍କ କଥା ସେ ଗୃହରେ ଉଠାଇବେନି ଓ ସମାଧାନ ନ ବାହାରିଲା, ତେବେ ତାଙ୍କୁ କ୍ୱାର୍ଟରରେ ପୁରାଇଦେବେନି। ଏହା କହି ବାଚସ୍ପତିଙ୍କ ପୋଡିଅମ ତଳେ ଧାରଣା ଦେଇଥିଲେ। ଆଉ ଲକ୍ଷ୍ମଣଙ୍କ ଏଭଳି ରୂପ ଦେଖି ଶିକ୍ଷକ ଦାବିକୁ ସମର୍ଥନ କରି ପୁଣି କଂଗ୍ରେସ ଓ ବିଜେପି ବି ନାରାବାଜି ଆରମ୍ଭ କରିଦେଇଥିଲା। ଦାବି ପୂରଣ ସମ୍ପର୍କରେ ସ୍ପଷ୍ଟତା ମାଗିଥିଲା ସରକାରଙ୍କୁ। ଫଳରେ ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ହୋଇଯାଇଥିଲା। ଶାସକ ଦଳର କହିବା କଥା, ଆଲୋଚନାର ବାଟ ବନ୍ଦ ହୋଇନି। ସରକାର ସବୁ ଦିଗକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ।

    ଅପରାହ୍ନ ୪ଟା ପରେ ବି କଂଗ୍ରେସ ପୁଣି ଶିକ୍ଷକ ସମସ୍ୟା ନେଇ ଗୃହରେ ହଟ୍ଟଗୋଳ କରିଥିଲା। ବାଚସ୍ପତିଙ୍କ ପ୍ରକୋଷ୍ଠକୁ ମୁଖ୍ୟ ଶାସନ ସଚିବ ଓ ଶିକ୍ଷକ ପ୍ରତିନିଧିଙ୍କୁ ଡକାଇ ସମସ୍ୟା ସମାଧାନ ଲାଗି ଦାବି କରିଥିଲା କଂଗ୍ରେସ। ଆଉ ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ବି ସର୍ବଦଳୀୟ ବୈଠକ ଡାକିଥିଲେ। ଚତୁର୍ଥ ଦିନରେ ପହଞ୍ଚିଥିବା ଶିକ୍ଷକ ସଂଘର ଆନ୍ଦୋଳନ ଲାଗି ରାଜ୍ୟର ପ୍ରାୟ ୫୫ ହଜାର ସ୍କୁଲରେ ପାଠପଢ଼ା ବ୍ୟାହତ ହୋଇଛି।

    ଯଦି ବିରୋଧୀଙ୍କ ଆଶଙ୍କା ସତ ହୁଏ ଆଉ ସମୟ ଅବଧି ଆଗରୁ ବିଧାନସଭା ବନ୍ଦ ହୋଇଯାଏ, ତେବେ ଆଗକୁ ଶିକ୍ଷକ ଆନ୍ଦୋଳନର ରୂପରେଖ କୁଆଡ଼କୁ ମୁହାଁଇବ ବୋଲି ଚର୍ଚ୍ଚା ହେଉଥିଲା।

    ସିମ୍ପୁଲ ନାୟକ, ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଦ୍ୟାଳୟରେ ଶିକ୍ଷକ ଅଭାବ

    ଗଞ୍ଜାମ: ଶିକ୍ଷକ ଅଭାବରୁ ସ୍କୁଲରେ ପାଠ ପଢା ହୋଇନାହିଁ। ପିଲାଙ୍କ ଭବିଷ୍ୟତ ଅନ୍ଧାକାରକୁ ଠେଲି ହୋଇ ଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଆଉମାତ୍ର ଦିନ କେଇଟା ପରେ ସ୍କୁଲ ପିଲାଙ୍କ ଅର୍ଦ୍ଦବାର୍ଷିକ ପରୀକ୍ଷା ହେବାକୁ ଥିବା ବେଳେ ପିଲାଙ୍କର ତିନୋଟି ବହିର ପାଠପଢା ହୋଇନାହିଁ। ଗଣିତ, ହିନ୍ଦି, ସସ୍କୁତ ୩ଟି ବିଷୟର ଶିକ୍ଷକ ନଥିବା ଯୋଗୁଁ ପାଠପଢା ହୋଇପାରିନାହିଁ। ଯାହାଫଳରେ ପିଲାମାନେ ଏହି ବିଷୟରେ ମୁଲ୍ୟାଙ୍କନ ହାର ବହୁତ କମ ଆସିବାର ଆଶଙ୍କା କରାଯାଉଛି। ତେବେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ପ୍ରଧାନଶିକ୍ଷୟତ୍ରୀ ଓ ଛାତ୍ରୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। 

Back to top button