UTTARAKHAND GOVT GETS RELIEFS

  • ମହିଳାଙ୍କ ୩୦% ଆରକ୍ଷଣ ଉପରେ ଉତ୍ତରାଖଣ୍ଡ ସରକାରକୁ ଆଶ୍ବସ୍ତି

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି। ବର୍ତ୍ତମାନ ପାଇଁ ସରକାରୀ ଚାକିରିରେ ଥିବା  ୩୦% ମହିଳା ସଂରକ୍ଷଣ ଜାରି ରହିବ। ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ହାଇକୋର୍ଟ ନିଷ୍ପତ୍ତି ଉପରେ ଲଗାଇଛନ୍ତି ରହିତାଦେଶ। କୋର୍ଟ ସରକାରର ଯାଚିକା ଉପରେ ନୋଟିସ ଜାରି କରିଛନ୍ତି।

    ଉତ୍ତରାଖଣ୍ଡ ହାଇକୋର୍ଟ ମୂଳ ନିବାସୀ ମହିଳାଙ୍କୁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ସରକାର ସରକାରୀ ଚାକିରିରେ ମୂଳ ଅଧିବାସୀ ମହିଳାଙ୍କୁ ୩୦% ସଂରକ୍ଷଣ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା।

    ନୈନିତାଲ ହାଇକୋର୍ଟ ରାଜ୍ୟ ଲୋକସେବା ଆୟୋଗର ରାଜ୍ୟ ସିଭିଲ ସେବା ପରୀକ୍ଷାରେ ଉତ୍ତରାଖଣ୍ଡର ମୂଳ ମହିଳା ଅଧିବାସୀ ଆଶାୟୀଙ୍କୁ ୩୦ ପ୍ରତିଶତ ଆରକ୍ଷଣ ଦେବାକୁ ୨୦୦୬ର ଅଧ୍ୟାଦେଶ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ରାଜ୍ୟରେ ବିଭିନ୍ନ ପଦ ପାଇଁ ଚାଲିଥିବା ନିଯୁକ୍ତିରେ କ୍ଷେତ୍ରୀୟ ସଂରକ୍ଷଣକୁ ନେଇ ଅସମାନତା ଦେଖା ଦେଇଥିଲା।

Back to top button