WESTBENGAL

  • ଚୋର କୁ ଇଡି ଭାବି ଲୁଟ୍ ଦେଖୁଥିଲେ ପଡୋଶୀ

    ପଶ୍ଚିମ ବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମସ୍ୟା ଥମିବାର ନାମ ନେଉନି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି। କୁବେର ଭଣ୍ଡାର ରହିଛି ପାର୍ଥଙ୍କ ପାଖରେ। ଏହାକୁ ଗୋଟିଏ ପରେ ଗୋଟିଏ ଠାବ କରି ପୁଳା ପୁଳା ଟଙ୍କା ମଧ୍ୟ ଜବତ ହୋଇଛି। ଏହାରି ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି। ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି ହୋଇଛି। ପାର୍ଥଙ୍କ ୨୪ ପ୍ରଗଣା ସ୍ଥିତ ଘରେ ଚୋରି ହୋଇଛି। ବୁଧବାର ରାତିରେ ଚୋରମାନେ ଘରେ ପଶି ଚୋରିକରି ବହୁ ଧନ ସମ୍ପତ୍ତି ଲୁଟି ନେଉଥିବା ବେଳେ କିନ୍ତୁ ଆଖପାଖର ଲୋକମାନେ ଦେଖି ଭାବିଥିଲେ କି, ଏ ଅନୁସନ୍ଧାନକାରୀ ଟିମ୍ ଆସି ତାଙ୍କ ଘରେ ଚଢାଉ କରୁଛି। ତେଣୁ ଚୋରଙ୍କୁ ଧରିବାକୁ ପୁଲିସକୁ ଖବର ଦେଇ ନ ଥିଲେ।

    ଲୋକଙ୍କ କହିବା ଅନୁସାରେ, କିଛି ଚୋର ପାର୍ଥଙ୍କ ଘରର ତାଲା ଭାଙ୍ଗିଥିଲେ। ସେମାନଙ୍କ ହାତରେ ବଡ ବଡ ବ୍ୟାଗ ରହିଥିଲା। ଏହାପରେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ କିଛି ସମୟ ପରେ ବଡ ବ୍ୟାଗରେ ଭର୍ତ୍ତି କରି ସାମଗ୍ରୀ ଆଣି ବାହାରକୁ ବାହାରିଥିଲେ। ଏହି ଅଞ୍ଚଳର ଲୋକମାନେ ଭାବିଥିଲେ ଯେ, ଇଡି ଚଢାଉ ହେଉଛି। ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ଚୋରମାନେ ବ୍ୟାଗରେ ଟଙ୍କା ଫୁଲ୍ କରି ନେଇନାହାନ୍ତି ତ? ଏହା ଭାବିବା ସ୍ୱାବାବିକ ମଧ୍ୟ, କାରଣ ପାର୍ଥ ଏବଂ ତାଙ୍କ ସହଯୋଗୀଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଯେତେ ଖୋଜାଚାଲିଛି ସେତେ ଟଙ୍କା ମିଳୁଛି। ଘର ଠାରୁ ଆରମ୍ଭ କରି ଭଡା ଘର ପର୍ଯ୍ୟନ୍ତ ସବୁଜାଗାରୁ ବାହାରୁଛି ଗଦା ଗଦା ଟଙ୍କା ସହିତ ସୁନା ଅଳଙ୍କାର। ଏଯାଏଁ ଇଡି ୫୦ କୋଟି ନଗଦ ଟଙ୍କା ସହ ୫ କିଲୋ ସୁନା ଜବତ କରିସାରିଥିଲେ ମଧ୍ୟ ଟଙ୍କା ସରିନାହିଁ। ଯେତେ ଖୋଳତାଡ ହେଉଛି ସେତେ ମିଳୁଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଅର୍ପିତା ମୁଖାର୍ଜୀ କିଏ? କଣ ତାଙ୍କର ଓଡିଶା ସମ୍ପର୍କ

    ଶୁସାନ୍ତ ସିଂ ରାଜପୁତଙ୍କ ସହିତ ସଂଲିଷ୍ଟ ରିୟା ଚକ୍ରବର୍ତ୍ତୀ ଙ୍କ ଓଡିଶା ଲିଙ୍କ ହେଉ କିମ୍ଭା ଗଞ୍ଜେଇ ଚୋରା ଚାଲାଣ ସମୟରେ ଓଡିଶାର ଗଞ୍ଜେଇ ର ଚାହିଦା କିଭଳି ବଲିଉଡରେ ରହିଛି ସେ ନେଇ ଗଣମାଧ୍ୟ୍ୟମରେ ଖବର ପ୍ରସାରିତ ହେବା । ଆଉ ବର୍ତ୍ତମାନ ଏବେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଙ୍କ ଓଡିଶା ଲିଙ୍କ ରହିତିବା ସୁଚନା ମିଳିଛି । ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅର୍ପିତା । ତେବେ ଅର୍ପିତା ମୁଖାର୍ଜୀ କିଏ । କଣ ତାଙ୍କର ଓଡିଶା ସହ ସମ୍ପର୍କ । କେମିତି ହେଲା ଓଡିଶା ସହ ତାଙ୍କର ଲିଙ୍କ ।

    ଆସନ୍ତୁ ଜାଣିବା ତାଙ୍କ ଲିକଙ୍କ ସମ୍ପର୍କରେ । ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଅଧିକାଶଂ ଫିଲ୍ମିରେ ସାଇଡ ରୋଲ ନଜର ଆସିଥିଲେ । ସୁପରଷ୍ଟାର ପ୍ରସନଜିତ୍ ସହ ମଧ୍ୟ୍ୟ କାମ କରିଛନ୍ତି । ଓଡିଆ ଫିଲ୍ମିରେ ମଧ୍ୟ୍ୟ ଅର୍ପିତା ଅଭିନୟ କରିଛନ୍ତି । “ମୁଁ କଣ ଏତେ ଖରାପ” ଫିଲ୍ମରେ ଅଭିନୟ କରିଛନ୍ତି . ତାମିଲ୍ ଫିଲ୍ମରେ ମଧ୍ୟ୍ୟ ଅଭିନୟ କରିଛନ୍ତି । ଉନ୍ନୟନ ସଂଙ୍ଘ କମିଟିର ଅଧକ୍ଷ ଅଛନ୍ତି ପାର୍ଥ ଚାଟାର୍ଜୀ ।

    ପଶ୍ଚିମବଙ୍ଗରେ ବଡ ଦୁର୍ଗାପୁଜା କମିଟି ମଧ୍ୟ୍ୟରୁ ଏହା ଅନ୍ୟତମ ।୨୦୧୯ ଓ ୨୦୨୦ ରେ ଏହି କମିଟି ପାଇଁ ପ୍ରମୋସନ କରିଥିଲେ ଅର୍ପିତା । ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ଘରକୁ ବାରମ୍ଭାର ଯାଉଥିବା ସୁଚନା ମିଳିଛି । କିନ୍ତୁ କଣ ପାଇଁ ଯାଉଥିଲେ । ଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି । ତାହା ସଠିକ ଭାବରେ ବର୍ତ୍ତମାନ ସୁଦ୍ଦା ଜଣାପଡିନାହିଁ । କିଛି ନା କିଛି ସମ୍ପର୍କ ରହିଛି । ନଚେତ ତାଙ୍କୁ ନେଇ ଏତେ ଜୋର ଚର୍ଚ୍ଚା ହେବା କଥା ନୁହେଁ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ମୁଁ ମୋ ଭାଇକୁ ହତ୍ୟା କରିଛି, ମୋତେ ଗିରଫ କର…

    ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ଜଣ ନାହିଁ । ସମୟ କେତେବେଳେ କେଉଁ ମୋଡ ନେବ ତାହା କହିବା କଷ୍ଟ। ଖୁସି ର ମାହୋଲ ତ କେବେ ଦୁଖଃ କଳା ବାଦଲ ଆପଣଙ୍କ ଜୀବନକୁ ଅନ୍ଧାକାର ଭିତରକୁ ଠେଲି ଦେବ । ସେଥିପାଇଁ କୁହାଯାଇଛି ସମୟ ବଡ ବଳବାନ। ଜେଲ ନା ଶୁଣିଲେ ସାଧାରଣରେ ଭୟ କରନ୍ତି । କଥା ଛଳରେ ଜେଲ କୁ ମାମୁଁ ଘର ବୋଲି ସମ୍ଭୋଧନ କରନ୍ତି ।

    ଭୁଲ କଲେ ଲୋକ ମାନେ କହନ୍ତି ମାମୁଁ ଘର ଯିବୁ ମାଗଣାରେ ଡାଲି ଭାତ ଖାଇବୁ । ଜେଲ ର ଅନ୍ୟ ନାମ ମାମୁଁ ଘର ମଜାରେ କହନ୍ତି । ମୁଁ ମୋ ଭାଇ କୁ ମାରିଛି । ମତେ ଆରେଷ୍ଟ କର । ଏହା ସୌକ ରେ ନୁହଁ ମଣିଷ ପରିସ୍ଥିତି ର ଦାସ। ପରିସ୍ଥିତି ଏପରି ହେଲା ଦୁଇ ଥର ଖାଇବା ଯୋଗାଡ କରିବା କଷ୍ଟ ହେଲା । ଜେଲରେ ରହି ସରକାର ଙ୍କ ପଇସା ଦୁଇ ଥର ଖାଇବା ପାଇଁ ମିଛରେ ଜେଲ ଯିବାକୁ ପସନ୍ଦ କଲେ ।

    ବଡ ଭାଇ କୁ ମାରିଥିବା ନେଇ ବନସୋଦ୍ରୋନି ପୋଲିସ ଷ୍ଟେସନ ସାଉଥ କୋଲକତା ଆଗରେ ସମର୍ପଣ କରି ଜେଲ ଗଲେ । କିନ୍ତୁ ପ୍ରକୃତରେ ସେରିବ୍ରାଲ ଷ୍ଟ୍ରୋକ ରେ ମରିଛନ୍ତି । ଜେଲ ଯିବାକୁ ବିକଳ୍ପ ରାସ୍ତା ବାଛି ଜୀବନ ଅତିବାହିତ କରିବା ଛଡା କିଛି ରାସ୍ତା ନଥିଲା । ଅଭାବେ ସ୍ବାଭାବ ନଷ୍ଟ । ସାଉଥ କୋଲକାତା ନିରଞ୍ଜନପଲ୍ଲୀ ରେ ଦେବାଶିଷ ଚକ୍ରବର୍ତ୍ତୀ ଓ ଶୁଭାଶିଷ ରହୁଥିଲେ ।

    ତାଙ୍କ ମା ସେରାମିକ ଇନିଷ୍ଟିଚ୍ୟୁଟ୍ ଯାଦବପୁର ରେ ଚାକିରି କରୁଥିଲେ ।ମା ଙ୍କ ଅବସର ପରେ ୩୫ ହଜାର ଟଙ୍କା ପେନସନ ପାଉଥିଲେ । ମା ଙ୍କ ପରେ ଦେବାଶିଷ ବଡ ପୁଅ ଭାବରେ ସେହି କମ୍ପାନୀ ରେ କାମ କଲେ କିନ୍ତୁ କିଛି ଦିନ କାମ କରିବା ପରେ ତାଙ୍କ ଆଖି ଖରାପ ହେଲା । କାମ କରିବା ସମ୍ଭବ ହେଲା ନାହିଁ ତାଙ୍କ ପକ୍ଷରେ ଫଳରେ ତାଙ୍କୁ ୧୫ ହଜାର ଟଙ୍କା ପେନସନ ମିଳିଳା ।

    ତାଙ୍କ ସାନ ଭାଇ ଶୁଭାଶିଷ୍ ମଧ୍ୟ୍ୟ ମାଲଦା ରେ ଚାକିର କରୁଥିଲେ କିନ୍ତୁ ୨୦୧୭ ରୁ ତାଙ୍କ ଚାକିର ନାହିଁ । ସମୟ ବଦଳିବା ସହତି ପରିସ୍ଥିତି ବଦଳିଲା ଶେଷରେ ବେରୋଜଗାର ହେବାରୁ ଘର ଛାଡି ଅନ୍ୟତ୍ର ଗଲେ ଚଳିବା ତାଙ୍କ ପକ୍ଷରେ କଷ୍ଟ ହେଲା । ମାନିସକ ଚାପ ଫଳରେ ବଡ ଭାଣ ମୃତ୍ୟୁବରଣ କଲେ । ଅନ୍ୟ ଉପାୟ ନପାଇ ସାନ ଭାଇ ର ମୃତ୍ୟୁ ପାଇଁ ନିଜକୁ ଦାୟି କରି ଜେଲ ର ରାସ୍ତା ବାଛିନେଲେ । ହିନ୍ଧିରେ କୁହାଯାଇଛି ୱକ୍ତ ୱକ୍ତ କି ବାତ୍ ହେ । ସମୟ ସମୟର କଥା । କାଲି କେହି ଦେଖିନାହାଁନ୍ତି କାଲି କଣ ହେବ କେହି କେହିପାରିହେ ନାହିଁ ।ଆଜିକୁ ନେଇ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button