world news

  • ଥରିଲା ଫିଲିପାଇନସ୍

    ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଫିଲିପାଇନସ୍ । ଆଜି ସକାଳୁ ଫିଲିପାଇନସରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନସ୍ ଦକ୍ଷିଣ ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି । ମାନିଲାରେ ୩୦୦ କିଲୋମିଟର ରୁ ଅଧିକ ଦୂର ଯାଏଁ ଏହି କମ୍ପନ ଅନୁଭୂତ ହୋଇଥିଲା । ଆମେରିକାର ଭୁତାତ୍ବିକ ସର୍ବେକ୍ଷଣ କହିଛି ଯେ ଭୂକମ୍ପ ପାଇଁ କୋଠାଗୁଡିକ ଝରକା ଭାଙ୍ଗିଯାଇଛି । ତେବେ ଏ ପର୍ଯ୍ୟନ୍ତ ଭୁମିକମ୍ପରେ କୌଣସି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

    ତଥ୍ୟ ମୁତାବକ ଲୁଜୋନର ମୁଖ୍ୟ ଦୀପରେ ପାର୍ବତ୍ୟ ଏବଂ ହାଲକା ଜନବହୁଳ ପ୍ରଦେଶ ଆବ୍ରାରେ ସକାଳ ୮.୪୩ ମିନଟରେ ( ୦୦୪୩ ଜିଏମଟି ) ଏହି କମ୍ପନ ଅନୁଭୂତ ହୋଇଥିଲା । ପ୍ରାରମ୍ଭରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେ ମାପ କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଏହାର ତୀବ୍ରତା ୭.୧ ଥିଲା ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button