ପୁଣି ଜନନୀ ଯନ୍ତ୍ରଣା

Spread the love

ନବରଙ୍ଗପୁର: କମୁନି ଜନନୀ ଯନ୍ତ୍ରଣା। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ଦୀର୍ଘ ୪ କୋଲୋମିଟର ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସର୍ଗିପାଣି ଗାଁରେ। ନବୀନ ସନ୍ତାଙ୍କ ସ୍ତ୍ରୀ ସୁସ୍ମୀତା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ କଲ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁଁ ଗାଁ ଭିତରକୁ ପ୍ରବେଶ କରିପାରିନଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି ସର୍ଗିପାଣୀ ଗାଁ ଠାରୁ ୪ କିଲୋମିଟର ଦୂର ଫୁଲଝରୀ ନିକଟରେ ଅଟକି ରହିଥିଲା। ପରେ ପରିବାର ଲୋକ ଏବଂ ଗ୍ରାମବାସୀ ସୁସ୍ମୀତାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ।

ସେପଟେ ସୁସ୍ମୀତାଙ୍କୁ ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି। ଗୋଟେପଟେ ସରକାର ଉପାନ୍ତ ଅଞ୍ଚଳ ଉନ୍ନତି କଥା କହୁଛନ୍ତି। ହେଲେ ଏଠି ଗାଁକୁ ଯିବାପାଇଁ ଗାଡି ଯିବାତ ଦୂରର କଥା  ପାଦରେ ଚାଲିକି ଯିବାପାଇଁ ରାସ୍ତା ନାହିଁ। ତେବେ ରାସ୍ତା ଖରାପ ଯୋଗୁଁ ବାରମ୍ବାର ରୋଗୀ ଏବଂ ଗର୍ଭବତୀ ଖଟିଆରେ ବୁହା ହେଉଥିବା ବେଳେ କେବେ ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *