ଗରମ ଚା’ରେ ବସିପଡି ଶିଶୁ ଗୁରୁତର

Spread the love

କଳାହାଣ୍ଡି: ଗରମ ଚା’ରେ ବସିପଡି ଶିଶୁ ପୁତ୍ର ଗୁରୁତର। ଏଭଳୀ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗର ପଡାରେ। ସେହି ଗ୍ରାମର ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ପୋଢ଼ ଅସଧାବଧାନତା କାରଣରୁ ଚୁଲିରେ ବସିଥିବା ଚା’ରେ ବସିପଡି ଗୁରୁତର ଆହାତ ହୋଇଛନ୍ତି। ତେବେ ପରିବାର ଲୋକେ ପ୍ରଥମେ ପୁଅକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଗରିବ ପରିବାରର ହୋଇଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *