ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ

Spread the love

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେଡି ଛାଡି ବିଜେପିର ହାତ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । କାନ୍ଧରେ ବିଜେପି ଉତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି । ୨୦୨୪ ଓ ୨୦୧୯ରେ ବିଜେଡି ଟିକେଟ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । କିନ୍ତୁ ବିଜେଡି ତାଙ୍କ ଉପରେ ଭରଷା କରିନଥିଲା । ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଏପରି ସମୟରେ ବିଜେଡି ଛାଡି ବିଜେପି ଶବିରରେ ଯୋଗ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

Leave a Reply

Your email address will not be published. Required fields are marked *