ପୁରୀରେ ଏଏସଆଇ ଟିମ୍‌

ପୁରୀ: ପୁରୀରେ ପହଞ୍ଚିଲେ ଏଏସଆଇ ଟିମ୍। ଏଏସଆଇ ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଏହି ଟିମ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଯାଞ୍ଚ କରିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଥିବା ବିମର ମରାମତି ସମ୍ପର୍କରେ ହେବ ସବିଶେଷ ଆଲୋଚନା। ଏହି ଟିମର ଅନୁଧ୍ୟାନ ସମୟରେ ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ ବିଶେଷଜ୍ଞ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଏସଆଇ ଅତିରିକ୍ତ ଡିଜି, ଏଏସଆଇ ସରକ୍ଷଣ ବିଭାଗ ନିର୍ଦେଶକ, ଭୁବନେଶ୍ୱର ମଣ୍ଡଳ ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଏହି ଟିମରେ ଅଛନ୍ତି। ତେବେ ନାଟମଣ୍ଡପ ବିମରେ ଥିବା ଫାଟ ମିଳୁଛି କି ନାହିଁ ତାହାର ତର୍ଜମା ହେବ। ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟ ପ୍ରସଙ୍ଗ ମଧ୍ୟ ଉଠିବ। ତେବେ ଫାଟ ମିଳୁଛି କି ନାହିଁ  ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *