୭ ଛାତ୍ର ବହିଷ୍କୃତ

Spread the love

ଗଞ୍ଜାମ: ବ୍ରହ୍ମପୁର-ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା। ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ। ବିଦ୍ୟାଳୟରେ ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ। କିଛି ଛାତ୍ରୀ ସେମାନଙ୍କୁ ରାଗିଂ କରାଯାଉଥିବା ନେଇ ଗତ ନଭେମ୍ବର ୧୯ ତାରିଖରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଅଭିଯୋଗ ହୋଇଥିଲା। ବହିଷ୍କାର କରାଯାଇଥିବା ୭ ଛାତ୍ର ଯଦି କ୍ୟାମ୍ପସ ମଧ୍ୟରେ ବୁଲିବେ ତେବେ ପୋଲିସ ନିଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏନେଇ ସୂଚନା ଦେଇଛନ୍ତି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ରାଧାକାନ୍ତ ନାୟକ।

Leave a Reply

Your email address will not be published. Required fields are marked *