ପୌର ନିର୍ବାହୀ ଅଧିକାରୀଙ୍କ ନାଁ ଏତଲା

ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଯାଜପୁର ରୋଡ ଥାନାରେ ଏତଲା ଦେଲେ ସଫେଇ ସୁପରଭାଇଜର। ନିର୍ବାହୀ ଅଧିକାରୀ ସୁପରଭାଇଜରଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଖରାପ ଭାଷା କହି ଗାଳିଗୁଲଜ କରିଥିବା ନେଇ ଥାନାରେ ଲିଖିତ  ଅଭିଯୋଗ ହୋଇଛି l ସୂଚନା ଗତ ଦୁଇଦିନ ତଳେ ପୌର ସଂସ୍ଥାର ସଫେଇ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ ସୁପରଭାଇଜର ସୌଫୁଦ୍ଦିନ ଖାନଙ୍କୁ କୌଣସି ଘଟଣାକୁ ନେଇ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଆଶୀଳନ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ l ଯାହାକୁ ନେଇ ଆଜି ସୌଫୁଦ୍ଦିନ ଯାଜପୁର ରୋଡ ଥାନାରେ ନିର୍ବାହୀ ଅଧିକାରୀ ଶ୍ରୀ ରାଉତଙ୍କ ନାଁରେ ଏତଲା ଦେଇଛନ୍ତି l ସେପଟେ ଅଭିଯୋଗ ଅନୁଯାୟୀ ଯାଜପୁର ରୋଡ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହେଇଛି l ଅନ୍ୟପଟେ ନିର୍ବାହୀ ଅଧିକାରୀ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ବ୍ୟାସନଗର ତହସିଲଦାରଙ୍କ ସମ୍ମୁଖରେ ଜଣେ କର୍ମଚାରୀଙ୍କୁ ଗଳା ଧକ୍କା ମରୁଥିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *