ମହମ୍ମଦଙ୍କ ଜନ୍ମ ଜୟନ୍ତୀ

ଭଦ୍ରକ: ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଧାମନଗର ରେ ଆୟୋଜିତ ସଭାରେ ଯୋଗଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଙ୍କ ସମେତ ବହୁ ହେଭିୱେଟ ନେତା। ପ୍ରଥମେ  ଷେଣ୍ଢପୁର ରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲ ରେ ପହଞ୍ଚିଥିଲା। ଦୋବଲ ଠାରେ ଅନୁଷ୍ଠିତ ସଭାରେ ପ୍ରଫେଟ ମହମ୍ମଦ ଙ୍କ କାଫଲା ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।  ଧାମନଗର ସହ ଥିବା ଦୀର୍ଘ ଦିନର ସମ୍ପର୍କ କୁ ମନେ ପକାଇ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ ଧାମନଗର କୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ତାଙ୍କ ଅଭିଭାଷଣ ରେ କହିଥିଲେ।  ପରେ ବିଜୁ ପଟ୍ଟନାୟକ ଛକ ରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *