ଭିସିରେ ଅର୍ଚ୍ଚନା ମାମଲାର ଶୁଣାଣି

Spread the love

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାୟକ ଗିରଫ ଘଟଣା। ଅର୍ଚ୍ଚନାଙ୍କ ଜାମିନ ପ୍ରସଙ୍ଗରେ ଆଜି ଭିସିରେ ହେବ ଶୁଣାଣି। ସୁରକ୍ଷା ଦୃଷ୍ଟିକୋଣରୁ ଭିସିରେ ଏହି ଶୁଣାଣି କରାଯିବ। ଝାରପଡା ଜେଲ ଭିତରେ ନିଜର ପକ୍ଷ ରଖିବେ ଅର୍ଚ୍ଚନା। ଭୁବନେଶ୍ୱର SDJM କୋର୍ଟରେ ହୋଇଥାନ୍ତେ ହାଜର। ଅନ୍ୟପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଜଣେ ଯୁବତୀ ଥାନାରେ କରିଥିବା ଏଫ୍ଆଇଆରର ଏକ ଅଂଶ। ଏଥିରେ ଯୁବତୀ ଜଣଙ୍କ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ନାଁ ଉଲ୍ଲେଖ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ। ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଅସୁସ୍ଥତା ଯୋଗୁ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ୍ ଜାରି କରିଛି ପୋଲିସ। ହେଲେ କୁଆଡେ ଗଲେ ଏଫ୍ଆଇଆରରେ ନାଁ ଥିବା ଖଗେଶ୍ୱର। ଏହି ଖଗେଶ୍ୱର କିଏ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ତାଙ୍କ ସଂପର୍କ କ’ଣ? ସେ ନେଇ ଏବେ ବି ଜାରି ରହିଛି ଅନୁସନ୍ଧାନ।

Leave a Reply

Your email address will not be published. Required fields are marked *