ସେବା କ୍ଷେତ୍ରର ସବୁଠାରୁ ସର୍ବାଧିକ ୩୭.୧୬ ପ୍ରତିଶତ ଯୋଗଦାନ

Spread the love

ଭୁବନେଶ୍ୱର, ୩୧ମାର୍ଚ୍ଚ : ଜଳସେଚନ ପ୍ରକଳ୍ପରେ ହୋଇଥବା ଅନିୟମିତତାକୁ ସିଏଜି ଧରିଛନ୍ତି ଅନେକ କାର୍ଯ୍ୟରେ ଅନିୟମିତତା ହୋଇଥବାବେଳେ ଜଳସେଚନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ଗୁରୁବାର ଅପରାହ୍ନରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବା ପରେ ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଓଡ଼ିଶାର ଆର୍ଥକ ପରିଚାଳନା ଅଡିଟ ରିପୋର୍ଟ ପ୍ରକାଶ ପାଇଛି ଏଜି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ମହାଲେଖାକାର ତଥା ପ୍ରିନ୍ସପାଲ ଏଜି ଅନନ୍ତ କିଶୋର ବେହେରା ରାଜ୍ୟର ଆର୍ଥକ ସ୍ଥତି ଓ ପରିଚାଳନାକୁ ନେଇ ସନ୍ତୋଷ ପ୍ରକଟ କରିଥଲେ ମଧ୍ୟ ଜଳସେଚନ ବିଭାଗର ଆର୍ଥକ ପରିଚାଳନା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ବେହେରା ସିଏଜି ରିପୋର୍ଟରେ ଉଲ୍ଲେଖଥବା ତଥ୍ୟ ଆଧାରରେ ସାମ୍ବାଦିକ ସମ୍ମିଳନୀରେ କହିଥଲେ ଯେ ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହୋଇପାରି ନଥବାରୁ ସେଗୁଡିକ ସୁଫଳ ପାଇବାରେ ଚାଷୀମାନେ ବଞ୍ଚତ ହୋଇଛନ୍ତି ଜଳସେଚନ ପାଇଁ ଆସିଥବା ୮୪୨.୯୮ କୋଟି ଟଙ୍କା ଉପଯୋଗ ହୋଇ ନ ପାରି ଫେରିଯାଇଛି ସିଏଜି ୨୦୧୪-୨୦୧୯ ମଧ୍ୟରେ ରାଜ୍ୟର ୫ଟି ବୃହତ, ୯ଟି ଉଠା ଓ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଡିଟ କରିଥଲେ ଏଗୁଡିକରେ ମାର୍ଚ୍ଚ ୨୦୨୦ ସୁଦ୍ଧା ୧୨,୭୪୨ କୋଟି ଟଙ୍କା ବ୍ୟୟ ହୋଇଛି ୯ଟି ବୃହତ ଉଠା ଜଳସେଚନକୁ ଛାଡିଦେଲେ ଅନ୍ୟ ପ୍ରକଳ୍ପଗୁଡିକର ମୂଲ୍ୟ ୧୪୨ରୁ ୪୫୯୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧପାଇଛି ।

ଅନ୍ୟପକ୍ଷରେ ଭୁପୃଷ୍ଠ ଜଳସେଚନ ପ୍ରକଳ୍ପ (କେନାଲ) ଗୁଡିକର ଯୋଜନା, କାର୍ଯ୍ୟକାରୀତା ଓ ମନିଟରିଂରେ ଗୁଡାଏ ଅଭାବ ଥବା ସିଏଜି ଉଲ୍ଲେଖ କରିଛନ୍ତି ଟଙ୍କା ଥାଇ ମଧ୍ୟ କେତେକ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇ ପଡିରହିଛି ଜମି ଅଧଗ୍ରହଣ ନ ହେବା, ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ତ୍ରୁଟି, ଭୁଲ ସର୍ଭେ ଓ ଅନୁସନ୍ଧାନ, ତ୍ରୁଟିଯୁକ୍ତ ଡିଜାଇନ, କେନାଲରେ ପାଣିର ଅଭାବ ଯୋଗୁଁ ଅଡିଟ ହୋଇଥବା ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହୋଇଛି ଏହାଫଳରେ ପ୍ରକଳ୍ପଗୁଡିକର ବ୍ୟୟ ଅଟକଳ ବଢିଛି ଜଳସମ୍ପଦ ବିଭାଗର ଅପାରଗ ଅଧକାରୀଙ୍କ ଯୋଗୁଁ ଏଭଳି କ୍ଷତି ହୋଇଥବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରିନ୍ସପାଲ ଏଜି ତଥା ଇଷ୍ଟକୋଷ୍ଟ ରେଲୱେର ଡିଜି, ଅଡିଟ ବିଭୁଦତ ବସନ୍ତରା ଉପସ୍ଥତ ଥଲେ । ଆବଶ୍ୟକ ମୁତାବକ ଅର୍ଥ ଥଲେ ବି ୫୦% ଜମି ବିଭିନ୍ନ ପ୍ରକଳ୍ପ ପାଇଁ ଅଧଗ୍ରହଣ ହୋଇପାରିନି ଏଥସହିତ ବିଭିନ୍ନ ଅନିୟମିତତା ଯୋଗୁଁ କାମ ବିଳମ୍ବ ହେବା ସହ ବ୍ୟୟ ଅଟକଳ ବୃଦ୍ଧପାଉଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଠିକାଦାରଙ୍କୁ ୫୫୫ କୋଟି ଟଙ୍କା ସହାୟତା ଦିଆଯାଇଛି ଗୋଟିଏ କାମକୁ ୨ ଥର ଲେଖାଏଁ କରାଯାଇଛି ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ ମିଳିପାରି ନାହିଁ ଉପକୂଳ ସୁରକ୍ଷା ଲାଗି ବୃକ୍ଷରୋପଣ ପାଇଁ ଜଙ୍ଗଲ ବିଭାଗକୁ ୨୮୨.୮୩ କୋଟି ଟଙ୍କା ଦିଆଯାଇଛି ହେଲେ ବିନିଯୋଗ ପତ୍ରରେ କେବଳ ୭୦.୯୩ କୋଟି ଟଙ୍କା ଦିଆଯାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ଏଥସହିତ ୫ଲକ୍ଷ ୨ ହଜାର ୮୪୨ ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ରଖାଯାଇଥବାବେଳେ ମାତ୍ର ୨୪ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୨୨ ହଜାର ୪୧୮ ହେକ୍ଟର ଜମି ଜଳସେଚିତ ହୋଇଛି ପ୍ରକଳ୍ପଗୁଡିକ ୧୩ ବର୍ଷ ମଧ୍ୟରେ ସରିବାକୁ ଥବାବେଳେ ୪୩ ବର୍ଷ ବିଳମ୍ବ ହୋଇଛି ୬ ୨୧୯.୨୫ ଏକର ବେସରକାରୀ ଜମି ପାଇଁ ପାଣ୍ଠି ରହିଥଲା ମାତ୍ର ୪୮ ପ୍ରତିଶତ ଅର୍ଥାତ୍ ୩୧ ହଜାର ୫୫୪.୫୭ ଏକର ଜମି ଅଧଗ୍ରହଣ ଅନିୟମିତତା ଯୋଗୁଁ ୫୫୪.୮୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଗୋଟିଏ ଆକ୍ୱାଡକ୍ଟର ନିର୍ମାଣ କାମ ନିମ୍ନମାନର ହେବା ଏବଂ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ନ କରିବାରୁ ଏହା ନିଜର କ୍ଷମତା ଅନୁଯାୟୀ କାର୍ଯ୍ୟ କରିପାରି ନ ଥଲା ମେଗା ଲିଫ୍ଟ ପ୍ରକଳ୍ପଗୁଡିକର କାର୍ଯ୍ୟକାରୀତାର ଯଥେଷ୍ଟ ପର୍ଯ୍ୟବେକ୍ଷଣ ନ ହେବା ଯୋଗୁଁ ପାଇପ ଲାଇନର ଶେଷଭାଗକୁ ପାଣି ପହଞ୍ଚ ପାରି ନ ଥବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *