ବାରଣ୍ଡାରେ ପାଠ ପଢୁଛନ୍ତି ପିଲା

କନ୍ଧମାଳ: ସ୍କୁଲ ଘର ନଥିବାରୁ ପିଣ୍ଢାରେ ପାଠ ପଢୁଛନ୍ତି ପିଲାମାନେ। ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ସିଲକିସୁଗା ଗାଁର ଘଟଣା। ୨୦୧୦ ମସିହାରୁ ସରକାରୀ ଭାବେ ସିଲିକିସୁଗା ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇ ଶିକ୍ଷକ ନିଯୁକ୍ତି ସହ ପାଠପଢା ଆରମ୍ଭ ହୋବା ଦିର୍ଘ ୧୨ବର୍ଷ ହୋଇଗଲା। ହେଲେ ସ୍କୁଲ ଘର ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଦେଶର ଭବିଷ୍ୟତ ଗଢାଉଛନ୍ତି ଗୋଟିଏ ପିଣ୍ଢାରେ। ଏନେଇ ଗ୍ରାମବାସୀ ଜିଲ୍ଲା ସ୍ତରରେ ଜଣେଇବା ସହ ବାଲିଗୁଡା ବିଡିଓ, ବିଇଓ, ଜିଲ୍ଲା ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷାଙ୍କୁ ଜଣେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *