କଟକ: ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ-୧ ଖାତା ଦେଖା। ମୋଟ 56 ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ। 12 ହଜାର 450 ଶିକ୍ଷକ ନିୟୋଜିତ ହୋଇଛନ୍ତି ଖାତା ଦେଖାରେ। ସକାଳ 9 ଟା ରୁ 5 ଟା ଯାଏ ଚାଲିବ ଖାତା ଦେଖା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ସମେଟିଭ ପରୀକ୍ଷାରେ ରାଜ୍ୟର 3029 କେନ୍ଦ୍ରରେ 5 ଲକ୍ଷ 40 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯେଉଁଥିରେ ମାଟ୍ରିକ ସହ ମଧ୍ୟମା ଓ ଓପେନ ସ୍କୁଲ ପରୀକ୍ଷାର୍ଥୀ ବି ଦେଇଥିଲେ ପରୀକ୍ଷା। ନଭେମ୍ବର 23 ଆରମ୍ଭ ହୋଇ 30 ରେ ଶେଷ ହୋଇଥିଲା ପରୀକ୍ଷା।

Naxatra News is now on Whatsapp
Join and get latest news update delivered to you via whatsapp
Join Now