ଅବିଭାଗିକୃତଜାତୀୟବ୍ୟବସାୟ

ଧୀରେ ଧୀର କମିବ ଦରଦାମ: ଆରବିଆଇ

ଦରଦାମ ବୃଦ୍ଧି ନେଇ ସାରା ଦେଶରେ ଖାଉଟିଙ୍କ ଚିନ୍ତା ବଢିଯାଇଥିବା ବେଳେ ଆରବିଆଇ ଗଭର୍ଣ୍ଣର ଦେଇଛନ୍ତି ଖୁସି ଖବର ।୨୦୨୨-୨୩ ଦ୍ୱିତୀୟ ୬ ମାସ ( ଅକ୍ଟୋବରରୁ ମାର୍ଚ୍ଚ) ମଧ୍ୟରେ ଦର ଦାମ କମିବା ନେଇ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଭଲ ସଙ୍କେତ ମିଳିବା ଆରମ୍ଭ ହୋଇଛି । ଧୀରେ ଧୀର କମିବ ଦରଦାମ । କୌଟଲ୍ୟ ଆର୍ଥିକ ସମ୍ମିଳନୀରେ ସୀତାକାନ୍ତ ଦାସ କହିଛନ୍ତି।

ବର୍ତ୍ତମାନ ସପ୍ଲାଇ ଆଉଟପୁଟ ଭଲ ସ୍ଥିତିରେ ରହିଛି । ଏହା ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ୬ ମାସରେ ଦରଦାମ ହ୍ରାସ ପାଇବାର ସଙ୍କେତ ଦେଉଛି । ଆମ ମୁଦ୍ରାସ୍ପିତି ଧୀରେ ଧୀରେ କମ ହେଉଛି । ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ । ସାରା ଦୁନିଆରେ ବଢିଚି ଦରଦାମ । ଦେଶ ନୁହେଁ କି ରାଜ୍ୟ ନୁହେଁ ସାରା ବିଶ୍ବରେ ଦରଦାମ ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗ୍ଲୋବାଲ ଟ୍ରେଡ କମିଛି । କିଛି ସମୟ ପାଇଁ ଦର ବୃଦ୍ଧିର ପ୍ରଭାବ ପଡିବ । ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଦେଶ ଅର୍ଥ ବ୍ୟବସ୍ଥା ସ୍ଥିର ରଖିବାକୁ ଆରବିଆଇ ପିଲିସିରେ ପରିବର୍ତ୍ତନ ଜାରି ରଖିବ ।

ରେପୋ ରେଟରେ ବୃଦ୍ଧି ଓ କରୋନା ମହାମାରୀ କାରଣରୁ ଭରାତୀୟ ଅର୍ଥ ବ୍ୟବସ୍ଥା ଭୁଶୁଡିଛି । ବର୍ତ୍ତମାନରୁ ଦରଦାମ ଆରବିଆଇ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରହିଛି । କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ରେପୋ ରେଟରେ ବୃଦ୍ଧି କରିଛନ୍ତି  । ଏହା ପରେ ଦେଶର ପ୍ରାୟ ସବୁ ବ୍ୟାଙ୍କ ଋଣ ଉପରେ ସୁଧହାର ବଢାଇ ଦେଇଛନ୍ତି। ଜୁନ୍‌ରେ ୦.୫୦ ବଢିଥିବା ରେପୋ ରେଟ ପରେ ୪.୯୦ ପ୍ରତିଶତ ହୋଇଯାଇଛି .  ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button