ଆଜିଠୁ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଗସ୍ତ ସମୟରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ଶାହା। ଏହାସହ ୨ଟି ରାଲିରେ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଦୁର୍ଗା ପୂଜା ଅବସରରେ ମା ବୈଷ୍ଣୋଦେବୀ ପୀଠରେ ମଧ୍ୟ ଶାହା ପୂଜାର୍ଚ୍ଚନା କରିଛନ୍ତି। ରାଜୌରୀକେ ଏକ ସରକାରୀ ବୈଠକରେ ଉଦବୋଧନ ଦେବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ନେଇ କାର୍ଯ୍ୟକ୍ରମ ରହିଛି। ତେବେ ଜମ୍ମୁ ଓ କାଶ୍ମୀର ଉପଜିଲ୍ଲାପାଳ ମନୋଜ ସିହ୍ନା ଏବଂ ସେନା ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now