ଆମେରିକା ସଂସଦରେ ଭାରତ ବିରୋଧରେ ଅଭିଯୋଗ

Spread the love

ଭାରତ ବିରୋଧରେ ଆମେରିକାର ଡେମୋକ୍ରାଟିକ ପାର୍ଟି ସାଂସଦ ଇଲ୍ହାନ ଉମାର ନିଜ ଅଭିଯାନ ଜାରି ରଖିଛନ୍ତି। ଭାରତକୁ ଧର୍ମୀୟ ସ୍ୱାଧୀନତାର ଉଲ୍ଲଙ୍ଘନ ଓ ଚିନ୍ତାଜନକ ରାଷ୍ଟ୍ର ଘୋଷଣା କରିବାକୁ ଆମେରିକା ବିଦେଶ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଉମାର। ସାଂସଦ ରସିଦା ତାଲିବ ଓ ଜୁଆନ ବର୍ଗାସଙ୍କ ଦ୍ୱାରା ମିଳିତ ପ୍ରସ୍ତାବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସରକାରକୁ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଉପରେ କାର୍ଯ୍ୟକରୁଥିବା ଆମେରିକା ଆୟୋଗର ସୁପାରିସ ଲାଗୁ କରିବାକୁ ଆଗ୍ରହ କରିଛନ୍ତି। ଉମାର ଲଗାତର ୩ ବର୍ଷ ଧରି ଭାରତକୁ ଧାର୍ମିକ ଦୃଷ୍ଟିକୋଣରୁ ଚିନ୍ତାଶୀଳ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।  ଏହି ପ୍ରସ୍ତାବକୁ ବିଦେଶ ମାମଲା ଉପରେ ଦୃଷ୍ଟି ଦେଇଥିବା ସମିତି ନିକଟକୁ ପଠାଇ ଦିଆଯାଇଛି।

ସାଂସଦ ଉମାରଙ୍କ ପ୍ରତିଶୋଧ ପରାୟଣ ଭାବନାକୁ ଦେଖି, ଏପରି ପ୍ରସ୍ତାବ ପାରିତ ହେବାର ସମ୍ଭାବନା କମ ଥିବା କୁହାଯାଉଛି। ତେବେ ସେ ଭାରତ ପ୍ରସଙ୍ଗରେ ପାକିସ୍ତାନୀ ଅଧିକାରୀମାନଙ୍କୁ ଖୋଲାଖୋଲି ସମର୍ଥନ ଦେଇଆସିଛନ୍ତି।  ଭାରତ ସମ୍ୱନ୍ଧିତ କଂଗ୍ରେସର ବହୁ ଶୁଣାଣିରେ ଉମାର ଭାରତ ବିରୋଧରେ ବୟାନ ଦେବା ସହ ଭାରତରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ଆସୁଛନ୍ତି। ଉମାର ବାରମ୍ୱାର ଆମେରିକା ସଂସଦରେ ଅଭିଯୋଗ କରିଛନ୍ତି କି, ଭାରତରେ ମୁସଲମାନ, ଇସାଇ, ସିଖ, ଦଳିତ, ଆଦିବାସୀ ଓ ଅନ୍ୟ ଧାର୍ମିକ ଏବଂ ସାଂସ୍କୃତିକ ଅଳ୍ପସଂଖ୍ୟକଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଛି।

ଏହା ପୂର୍ବରୁ ମଧ୍ୟ ଭାରତ ବିରୋଧରେ ଉମର ବାରମ୍ବାର ଅଭିଯୋଗ କରିବା ସହ ଧର୍ମୀୟ ବିଭେଦତା ଓ ମାନବାଧିକାର ଉଲ୍ଲଙ୍ଘନତାର ପ୍ରସଙ୍ଗ ଉଠାଇ ଆସିଛନ୍ତି। ସେ ନିଜ ଯୁକ୍ତି ସହ ବାଇଡେନ ସରକାର ଉପରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ପକାଇ ଆସୁଛନ୍ତି।

ଶିଳାସ୍ମିତା ରାୟ

Leave a Reply

Your email address will not be published. Required fields are marked *