କାହିଁକି ଫାଟୁଛି ଜୋଶୀମଠ ଇଲାକା

Spread the love

ଜୋଶୀମଠ: ଜୋଶୀମଠରେ ଦେଖାଦେଇଥିବା ବିପତ୍ତିର କାରଣ ଖୋଜା ଚାଲିଛି। ସରକାରୀସ୍ତରରେ ବିଶେଷଜ୍ଞ ସେଠାରେ କାରଣ ଖୋଜିବାରେ ଲାଗିଥିବା ବେଳେ ଲୋକେ ସରକାରର ବିଭିନ୍ନ ଯୋଜନାକୁ ଦାୟୀ କରୁଛନ୍ତି। ଜୋଶୀ ମଠ ନିକଟରେ ହୋଇଥିବା ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଦାୟୀ କରାଯାଉଛି। ଏହା ଉପରେ ଭୂତତ୍ବବିତଙ୍କ ପକ୍ଷରୁ ଆସିବାରେ ଲାଗିଛି ବୟାନ।

ହାଇଡ୍ରୋପାୱାର ପ୍ରୋଜେକ୍ଟ ପରି  ଅଣଯୋଜନାବଦ୍ଧ ଭିତ୍ତିଭୂମି ବିକାଶକୁ, ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ଏହା ଉପରେ ଇଣ୍ଡିଆନ ନାସନାଲ ସାଇନ୍ସ ଏକାଡେମୀର ଜଣେ ବୈଜ୍ଞାନିକ ଡି ଏମ ବାନାର୍ଜୀ କହିଛନ୍ତି କି, ଏହି ସ୍ଥିତି ସୃଷ୍ଟି କରିବାରେ ସେଠାରେ ଥିବା ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ ନିକଟରେ ହେଉଥିବା ରାସ୍ତା ଓ ସୁଡଙ୍ଗ ନିର୍ମାଣର ଯୋଗଦାନ ବ୍ୟାପକ ରହିଛି।

ବାନାର୍ଜୀ ଆହୁରି କହିଛନ୍ତି କି, ଜୋଶୀମଠ  ହିମାଳୟର ପାଦଦେଶରେ  ଅବସ୍ଥିତ।  ଓ ସେଠାକାର ପଥର ସବୁ କେମ୍ବ୍ରିୟାନ ଯୁଗ ପୂର୍ବରୁ ରହିଛି। ଏଥିସହ ଏହି ଜୋନ ସେସମିକ ଜୋନ୪ରେ ଆସୁଛି। ଏହା ବ୍ୟତୀତ ଏଠାରେ ଲୋକମାନେ ଘରଦ୍ବାରା ନିର୍ମାଣ କରିବା ଉଚିତ ନଥିଲା। ମୁଖ୍ୟତଃ ୩-୪ ତାଲା ବିଶିଷ୍ଟ କୋଠା ଏହି ଅଞ୍ଚଳରେ ନିର୍ମାଣ ନିଷିଦ୍ଧ ଥିବା ବାନାର୍ଜୀ କହିଛନ୍ତି।

 ସେପଟେ ଏନଟିପି ଦ୍ବାରା ହୋଇଥିବା ହାଇଡ୍ରୋଇଲେକ୍ଟ୍ରିକ ଯୋଜନାକୁ ଅନେକ ଦାୟୀ କରୁଛନ୍ତି। ସେଠାରେ ଯୋଜନା ଅନ୍ତର୍ଗତ ନିର୍ମାଣ ହୋଇଥିବା ସୁଡଙ୍ଗ ପାଇଁ କମ୍ପାନୀ ପକ୍ଷରୁ ହେଉଥିବା ବିସ୍ଫୋରଣ ସମ୍ପର୍କରେ ଗତ ମାସରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା କୁହନ୍ତି। ଏହି ବିସ୍ଫୋରଣ ପରେ ଘରେ ଫାଟ ହେବାରୁ ଲୋକେ ଚିଠି ଲେଖି ଜଣାଇଥିଲେ ସରକାରକୁ।  କିନ୍ତୁ ଏହା ଉପରେ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା।

ସ୍ଥାନୀୟ ବାସିନ୍ଦା ଆହୁରି ଅଭିଯୋଗ କରନ୍ତି କି, ସେଠାକୁ ଥରେ ଜିଲ୍ଲାପାଳ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏବେ ଆମେ ଏମିତି ସ୍ଥିତିରେ ପହଞ୍ଚିଛୁ ଯେଉଁଠି ଜୋଶୀମଠ ଧସିବା ଆରମ୍ଭ କରିଛି। ସେପଟେ ଏନଟିପିସି ଏହି ଅଭିଯୋଗକୁ ଖଣ୍ଡନ କରିଛି।  ଏନଟିପିସି ପକ୍ଷରୁ ଏକ ଅଧିକାରିକ ବିବୃତ୍ତିରେ କୁହାଯାଇଛି କି, ସୁଡଙ୍ଗ ସହର ତଳେ ଯାଇନାହିଁ କି ବର୍ତ୍ତମାନ ସାଇଟ ନିକଟରେ କୌଣସି ବିସ୍ଫୋରଣ କରାଯାଇ ନାହିଁ

Leave a Reply

Your email address will not be published. Required fields are marked *