ଯୁବକଙ୍କୁ ଛୁରାମାଡ଼

Spread the love

କେନ୍ଦୁଝର: କେନ୍ଦୁଝର ବଡବିଲ ପୁରୁଣା ବସଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼। ବଡବିଲ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଏକ ଚା’ ଦୋକାନରେ ଆଜି ସକାଳେ ଜଣେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଯୁବକ ଜଣକ ହେଲେ  ବଡବିଲ ନ୍ୟୁ ମାର୍କେଟ ଅଂଚଳରେ ରହୁଥିବା ଏମଡି ଆକବର। ଆକବରଙ୍କୁ ଗୁରୁତର ଅବସ୍ଥାରେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଫଳରେ ଆକବରଙ୍କ ବାମ ପେଟ ଓ ପିଠିରେ ଗଭୀର କ୍ଷତ ହୋଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  କୌଣସି ପୂର୍ବ ଶତୃତା ଯୋଗୁଁ ଏହି ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *