ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୬ ଦେଶର ଯାତ୍ରୀଙ୍କ ଉପରେ ଲାଗିଥିବା କଟକଣା କୋହଳ କଲା କେନ୍ଦ୍ର। ଏଣିକି ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ଓ ଏୟାର ସୁବିଧା ଫର୍ମ ଉପଲବ୍ଧ କରାଇବାକୁ ହେବ ନାହିଁ। ଏହି ଦେଶ ସବୁ ହେଲେ ଚୀନ, ସିଙ୍ଗାପୁର, ହଙ୍ଗକଂଗ, କୋରିଆ, ଥାଇଲ୍ୟାଣ୍ଡ ଓ ଜାପାନ। ତଥାପି ଜାରି ରହିବଦୁଇ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେନ୍ଦ୍ର ବିମାନ ଉଡାଣ ମନ୍ତ୍ରଣାଳୟକୁ ଚିଠି ଲେଖି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି।
କୁହାଯାଉଛି, ଥାଇଲାଣ୍ଡ, ସିଙ୍ଗାପୁର, ଜାପାନ, ହଙ୍ଗକଂଗ, ଦକ୍ଷିଣ କୋରିଆ ଓ ଚୀନରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ହ୍ରାସପାଉଥିବା କରୋନା ମାମଲାକୁ ଦେଖି ଗାଇଡଲାଇନରେ ଏହି କୋହଳ କରିଛି ଭାରତ ସରକାର । ନୂଆ ନିୟମ ସୋମବାର ଅର୍ଥାତ୍ ୧୩ ଫେବୃଆରୀରୁ ଲାଗୁ ହେବ।
ସୂଚନାଯୋଗ୍ୟ: ଥାଇଲାଣ୍ଡ, ସିଙ୍ଗାପୁର, ହଙ୍ଗକଂଗ, ଦକ୍ଷିଣ କୋରିଆ ଓ ଚୀନରେ ବିଗତ ଦିନରେ କରୋନା ମାମଲା ଦ୍ରୁତ ବୃଦ୍ଧି ଘଟିଥିଲା। ତେଣୁ ଏହି ସବୁ ଦେଶର ଯାତ୍ରୀଙ୍କ ଏୟାର ସୁବିଧା ଫର୍ମ ଓ ଟେଷ୍ଟିଂକୁ ଅନିବାର୍ଯ୍ୟ କରାଯାଇଥିଲା। ତେବେ ବିଗତ ଚାରି ସପ୍ତାହରେ ଦେଖା ଯାଇଛି କି, ଚୀନ, ସିଙ୍ଗାପୁର, ହଙ୍ଗକଂଗ, ଦକ୍ଷିଣ କୋରିଆ, ଥାଇଲାଣ୍ଡରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତେଣୁ କଟକଣାକୁ ହଟାଇଛି ମନ୍ତ୍ରଣାଳୟ।
Naxatra News is now on Whatsapp
Join and get latest news update delivered to you via whatsapp
Join Now