କୋର୍ଟଙ୍କ ସମୟ ଅପଚୟ: ଇଡିକୁ ୧ ଲକ୍ଷ ଜରିମାନା

ନୂଆଦିଲ୍ଲୀ: କୋର୍ଟଙ୍କ ସମୟ ଅପଚୟ ଅଭିଯୋଗରେ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଜଣେ ଅଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଇଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବିରୋଧରେ ଅଧିକାରୀ ଦ୍ବାରା ଦାୟର ଏକ ବିଶେଷ ଅନୁମତି ଯାଚିକା ପରେ ସର୍ବୋଚ୍ଚ କୋର୍ଟ ନିଜ ନିସ୍ପତି ଶୁଣାଇଛନ୍ତି।

ଅକ୍ଟୋବର ୨୦ରେ ସୁପ୍ରିମକୋର୍ଟ ଇଡିର ଜଣେ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଏହି ଅଧିକାରୀ ଇଲାହାବାଦ ହାଇକୋର୍ଟ ଜଣେ କ୍ୟାନ୍ସର ରୋଗୀଙ୍କୁ ଜାମିନ ଦେଇଥିବା ବେଳେ ଏହା ବିରୋଧରେ  ସର୍ବୋଚ୍ଚ କୋର୍ଟରେ ଏସଏଲପି ଦାଖଲ କରିଥିଲେ। ଏହା ଉପରେ ସର୍ବୋଚ୍ଚ କୋର୍ଟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି।  କୋର୍ଟଙ୍କ ସମୟ ଅପଚୟ କରିବାକୁ ନେଇ କୋର୍ଟ ତାଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। 

ଜଷ୍ଟିସ ଏମ ଆର ସାହା, ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଯାଚିକାକୁ ଖାରଜ କରିବା ସହ  ଏଜେନ୍ସିର ଷ୍ଟେସେନାରୀ, ଆଇନଗତ ଫିସ ଓ କୋର୍ଟଙ୍କ ସମୟ ନଷ୍ଟ କରାଯାଇଛି, ଯାହା କରାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।   ଏହି ଜରିମାନା ଅର୍ଥ ତାଙ୍କ ଦରମାରୁ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ସପ୍ତାହ ମଧ୍ୟରେ ଇଡି ଏହି ଅର୍ଥ ସର୍ବୋଚ୍ଚ କୋର୍ଟଙ୍କ ରେଜିଷ୍ଟ୍ରୀରେ ଜମାରିବାକୁ ନିର୍ଦ୍ଦେଶ ରହିଛି। କୋର୍ଟ କହିଛନ୍ତି, ପ୍ରତିପକ୍ଷ କର୍କଟ ରୋଗରେ ପୀଡିତ।  ତେଣୁ ଯେତେବେଳେ ତାଙ୍କୁ ଜାମିନ ଦିଆଯାଇଛି, ଏହା ଉପରେ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ନୁହେଁ।

୨୦୨୧ରେ ପ୍ରୟାଗରାଜରେ ଏକ୍ସିସ ବ୍ୟାଙ୍କର ରିଲେଶନସିପ ମ୍ୟାନେଜର ପ୍ରୟାଗରାଜ କମଳ ଅହଶାନଙ୍କୁ  ଏକ ମାମଲାରେ ୨୦୧୩ରେ ଜାମିନ ଦିଆଯାଇଥିଲା। ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *