ମିଛ ବାହାନା କରି ଗର୍ଭପାତ: ବାପା ଓ ଝିଅ ଦୋଷୀ ସାବ୍ୟସ୍ତ

Spread the love

ଭୋପାଳ: ଜଣେ ବାଳିକାକୁ ବଳାତ୍କାର ହୋଇଥିବାର ମିଛ ବାହାନା କରି ଗର୍ଭପାତ କରାଇବା ଅଭିଯୋଗରେ ବାପା ଓ ଝିଅ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗୋଆଲିୟର ବେଞ୍ଚ ଜଣେ ବାଳିକା ଓ ତାର ବାପାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ବ୍ୟତୀତ ଶୁଣାଣି କାଳରେ ଉଭୟଙ୍କ ଅନୁପସ୍ଥିତି ତଥା ବାରମ୍ବାର ନିଜର ଆଭିମୁଖ୍ୟ ବଦଳାଇବାକୁ ନେଇ ମଧ୍ୟ ବେଞ୍ଚ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟଙ୍କ ଅପବ୍ୟବହାର କରି ଗର୍ଭପାତ ପାଇଁ ଅନୁମତି ହାସଲ କରିଥିବାକୁ ନେଇ ଦୁଃଖ ବ୍ୟକ୍ତକରି ଜଷ୍ଟିସ ଜି ଏସ ଅହଲୁୱାଲିଆ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ଏହା ଅତ୍ୟନ୍ତ ଦୟନୀୟ କି, କିଛି ଲୋକ ନିକଟ ସମ୍ପର୍କରେ ସ୍ବଇଛାରେ ଗର୍ଭଧାରଣ କରିବା ପରେ ଗର୍ଭପାତ ପାଇଁ କୋର୍ଟଙ୍କ ଦୁରୁପଯୋଗ କରୁଛନ୍ତି ମିଛ ବାହାନା କରି। ଏପରି ଅଭ୍ୟାସ ଉପରେ ଲଗାମ ଲଗାଇବାର ସମୟ ଆସିଛି। କାରଣ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ ୧୯୭୧ର ଉଦ୍ଦେଶ୍ୟ ପଞ୍ଜିକୃତ ମେଡିକାଲ ବିଶେଷଜ୍ଞଙ୍କ ଦ୍ବାରା କିଛି ବିଶେଷ ମାମଲାରେ ଗର୍ଭପାତ କରାଇବାକୁ ଅନୁମତି ଦେବା।

ଏଥିରେ କିଛି ବିଶେଷ ଗର୍ଭଧାରଣକୁ ନଷ୍ଟ କରିବାକୁ ଅନୁମତି ଦିଆଯାଇଥାଏ, ଯେଉଁଥିରେ ଭାରତୀୟ ମହିଳାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଅସୁରକ୍ଷିତ ଓ ବେଆଇନ ଗର୍ଭପାତ କରାଯାଇଥାଏ। ଏହି ଆଇନ ଦ୍ବାରା ଭାରତୀୟ ମହିଳାଙ୍କୁ ଗର୍ଭପାତର ଅନୁମତି ମିଳିଛି, ହେଲେ କେତେକ ବିଶେଷ ପରିସ୍ଥିତିରେ। ତେବେ ଏଥିପାଇଁ ଗର୍ଭସ୍ଥ ଶିଶୁର ପିତୃତ୍ବକୁ ଲୁଚାଇ ହାଇକୋର୍ଟ କତ୍ତୃପକ୍ଷଙ୍କ ଅବମାନନା ଓ ଦୁରୁପଯୋଗ କରାଯିବାକୁ ଗ୍ରହଣ କରାଯିବ ନାହିଁ।

ଏହି ମାମଲାରେ ବାଳିକାର ବାପା ପୂର୍ବରୁ  କୋର୍ଟଙ୍କ ସମ୍ମୁଖରେ ଅନୁରୋଧ କରି କହିଥିଲେ କି, ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାରହେବା ପରେ ଗର୍ଭଧାରଣ କରିଥିବାରୁ ତାର ଗର୍ଭ ନଷ୍ଟ କରିବାକୁ ଅନୁମତି ଦିଆଯାଉ। କୋର୍ଟ ମଧ୍ୟ ମାମଲାରେ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ।

ତେବେ ସତ୍ୟ ସେତେବେଳେ ପଦାକୁ ଆସିଲା, ଯେତେବେଳେ ଅଭିଯୁକ୍ତ ଜାମିନ ଆବେଦନରେ ଦର୍ଶାଇଥିଲା କି, ପୀଡିତା ଓ ତାର ବାପା ତଳ କୋର୍ଟରେ ସେମାନଙ୍କ ମତରୁ ଓହରି ଯାଇଛନ୍ତି। ଅଧିକ ଅନୁସନ୍ଧାନରୁ କୋର୍ଟ ପାଇଥିଲେ, ତାଙ୍କୁ ଭ୍ରମିତ କରି ଏକ ଆଜନ୍ମ ଶିଶୁର ହତ୍ୟା କରାଯାଇଛି।

Leave a Reply

Your email address will not be published. Required fields are marked *