ଜାପାନରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି

ଜାପାନରେ ରହୁଥିବା ପ୍ରତି ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୁର୍ତ୍ତ। ଟୋକିଓ ଏଡଗୱା ସହରରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଉନ୍ମୋଚନ ହୋଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଓ ଜାପାନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଐତିହାସିକ କ୍ଷଣକୁ ଉତ୍ସବ ଭଳି ପାଳିଛନ୍ତି ପ୍ରବାସୀ ଭାରତୀୟ ଓ ଜାପାନବାସୀ । ଯେଉଁଠି ପ୍ରତିମୂର୍ତ୍ତି ସ୍ଥାପନ ହେଲା ତାହାକୁ ଗାନ୍ଧୀ ପାର୍କ ରୁପେ ନାମକରଣ କରିବା ପାଇଁ ଘୋଷଣା କରିଛନ୍ତି ସିଟି ମେୟର । ତେବେ ଦେଶ ବିଦେଶର ଅନେକ ସ୍ଥାନରେ ଆମ ରାଷ୍ଟ୍ରପିତାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି । କିନ୍ତୁ ଜାପାନରେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ପୂଜନ ଏବଂ ତାଙ୍କ ମୂର୍ତ୍ତି ପ୍ରତିଷ୍ଠାର ସଂସ୍କୃତି ନଥିବା ସତ୍ତ୍ୱେ ସେମାନେ ଗାନ୍ଧିଜୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ବିଶ୍ୱରେ ବଢୁଥିବା ଯୁଦ୍ଧଖୋର ମନୋବୃତ୍ତି ବେଳେ ଗାନ୍ଧିଜୀଙ୍କ ବିଚାର ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ଦେବ ବୋଲି ଜାପାନବାସୀ ଅନୁଭବ କରି ଏଭଳି ପଦକ୍ଷେପ ନେଇଛନ୍ତି । ଜାପାନର ପ୍ରଚଳିତ ନିୟମ ଅନୁଯାୟୀ, ଯଦି କାହାର ଷ୍ଟାଚ୍ୟୁ ସ୍ଥାପନ ହୁଏ ତେବେ ପ୍ରତି ରାଜନୈତିକ ଦଳର ସହମତି ଆବଶ୍ୟକ ଥାଏ । ଏବଂ ସେଠାକାର ସଂସଦର ଅନୁମତି ପରେ ହିଁ ଏହା ସମ୍ଭବ ହୋଇଥାଏ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *