କଟକ: ଧରାଵତରଣ କରିବେ ଦଶଭୁଜା। ମାଙ୍କୁ ଆବାହନ କରିବା ପାଇଁ ସଜେଇ ହେଉଛି ସିଲଭରସିଟି। ଚଳିତ ବର୍ଷ ୧୭୦ରୁ ଉର୍ଦ୍ଧ୍ୱ ମଣ୍ଡପ ଗୁଡିକରେ ମାଙ୍କ ପୂଜା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସବୁ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟୀ ମୃତ୍ତିରେ ଶେଷ ସ୍ପର୍ଶ ଦେଉଛି କାରିଗର। ଆଖି ଝଲସା ମୂର୍ତ୍ତି ସାଙ୍ଗକୁ ତୋରଣର ଚାକଚମକରେ ପୁରୀ ଉଠିବ କଟକ ସହରର। ଦୁଇ ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ବେଶ ଧୁମଧାମରେ ପାଳିତ ହେବ ଦୂର୍ଗାପୂଜା। ଏଥର କଟକ ସହରରେ ବିଭିନ୍ନ ମଣ୍ଡପରେ ୨୮ ଗୋଟି ଚାନ୍ଦି ମେଢ଼ ହୋଇଥିବା ବେଳେ ଅନ୍ୟ ମଣ୍ଡପରେ ଦେଖିବାକୁ ମିଳିବ ସୁନ୍ଦର ଜରି ମେଢ଼। ବିଭିନ୍ନ ସ୍ଥାନରେ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଷ୍ଟେଜ୍ ସୋର ଭରପୁର ମଜା ନେବେ ଦର୍ଶକେ। କଟକରେ ଲକ୍ଷା ଧିକ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିବ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା ମଧ୍ୟ କରାଯାଇଛି। ତେବେ ଖାନ ନଗର ପୂଜାକମିଟି ଏଥର ଭକ୍ତ ମାନଙ୍କ ପାଇଁ ନିର୍ମାଣ କରିଛି ୭୦ ଫୁଟ ଉଚର ତୋରଣ। ବାବା ଅମରନାଥ ମନ୍ଦିରର ପ୍ରତୀକୃତି ସହିତ ଶୋଭାପାଇବ କୃତିମ ଜଙ୍ଗଲ ଓ ଜୀବଜନ୍ତୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now