ଅବିଭାଗିକୃତ
ଦେଶର ନୂଆ ସିଡିଏସ ଭାବେ ଶପଥ ନେବେ ଅନିଲ ଚୌହାନ

ନୂଆଦିଲ୍ଲୀ: ଆଜି ଶପଥ ନେବେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ ଭାବେ ନିଯୁକ୍ତ ଲେପ୍ଟେନାଣ୍ଟ ଜେନେରାଲ ଅନିଲ ଚୌହାନ। ଦିଲ୍ଲୀ ସାଉଥ ବ୍ଲକଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ଦେଶର ଆର୍ମ ଫୋର୍ସଡର ସର୍ବୋଚ୍ଚ ଆସନରେ ରହିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଛନ୍ତି ନୂତନ ସିଡିଏସ । ଦେଶ ପ୍ରତି ଆସୁଥିବା ସମସ୍ତ ଚାଲେଞ୍ଜ ଓ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ସିଡିଏସ । ତେବେ ବିପିନ ରାୱନ୍ତଙ୍କ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଏହି ପଦ ଖାଲି ପଡିଥିଲା। ପ୍ରାୟ ୯ ମାସର ଧରି ସିଡିଏସ ପଦ ଖାଲି ପଡିବା ପରେ ଚୌହାନଙ୍କୁ ତିନି ସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଚୌହାନ ୨୦୨୧ ମେ ମାସରେ ପୂର୍ବାଞ୍ଚଳ କମାଣ୍ଡରୁ ଅବସର ନେଇଥିଲେ।