ନାମାଙ୍କନ ଭରିବେ ରାଜେନ୍ଦ୍ର!

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡିର ହଟ୍ଟଚମଟ ରାଜନୀତି। ଉପନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବିଦ୍ରୋହର ସଙ୍କେତ ଦେଖିବାକୁ ମିଳିଛି। ଗତକାଲି ବିଜେଡି ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କ ନାଁକୁ ବିଜେଡି ସୁପ୍ରିମୋ ଘୋଷଣା କରିଥିବା ବେଳେ ଆଜି ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିପାରନ୍ତି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କଠାରୁ ପରାସ୍ତ ହୋଇଥିଲେ ରାଜେନ୍ଦ୍ର ଦାସ। ତେବେ ଉପନିର୍ବାଚନ ଲଢିବା ନେଇ ଆଶାୟୀ ଥିବା ବେଳେ ଗତକାଲି ମହିଳା କାର୍ଡ ଖେଳି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *