ଅବିଭାଗିକୃତ

ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର ଅଗ୍ନିକାଣ୍ଡ

କଟକ: ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବାଙ୍କୀ ଥାନା ଅନ୍ତର୍ଗତ ବାଉଁଶପୁଟ ପଞ୍ଚାୟତର ମଣିପୁରରେ ଅଗ୍ନିକାଣ୍ଡ ଘଟିଛି। ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଦୃର୍ବୁତ୍ତମାନେ ୱାର୍ଡ ମେମ୍ବରଙ୍କ ଘରକୁ ଢେଲା ପଥର ମାଡ କରିଥିଲେ। ପରେ ୱାର୍ଡ ମେମ୍ବର ଓ ତାଙ୍କ ପଡୋଶୀଙ୍କ ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଅସାବପତ୍ର ଜଳିଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟାଇଥିବା ଦୃର୍ବୁତ୍ତ ପ୍ରଭାତ ନାୟକ ଓ ପ୍ରଫୁଲ ନାୟକ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ୱାର୍ଡ ମେମ୍ବର ଓ ସ୍ଥାନୀୟ ସରପଞ୍ଚ। ତେବେ ଢେଲା ପଥର ମାଡ଼ରେ ୬ ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ତିଗିରିଆ ମେଡିକାଲ ଭର୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published.

Back to top button