ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଗର୍ବର ବିଷୟ: ମୋଦି

() ଭାରତକୁ ମିଳିଛି ଗୁରୁଦାୟିତ୍ୱ। ଡିସେମ୍ୱର ୧ ତାରିଖ ଠାରୁ ଭାରତ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷତା ପଦ ଗ୍ରହଣ କରିଛି। ଏକ ବର୍ଷ ପାଇଁ ଭାରତ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ଗ୍ରହଣ କରିବା ସହ ଏହି କାର୍ଯ୍ୟକାଳ ସମୟରେ ଭାରତ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିଛି। ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପରାମର୍ଶ ଏବଂ ଆଲୋଚନା ପାଇଁ ଚୂଡାନ୍ତ ରୂପେ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇବା ସହ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ବଡ ବଡ ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଜି-୨୦ର ଅଧ୍ୟକ୍ଷତା ଏବେ ଭାରତ ହାତରେ। ଡିସେମ୍ୱର ୧ ତାରିଖ ଠାରୁ ଭାରତ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷତା ପଦ ଗ୍ରହଣ କରିଛି। ଏକ ବର୍ଷ ପାଇଁ ଭାରତ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ଗ୍ରହଣ କରିବା ସହ ଏହି କାର୍ଯ୍ୟକାଳ ସମୟରେ ଭାରତ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିଛି। ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପରାମର୍ଶ ଏବଂ ଆଲୋଚନା ପାଇଁ ଚୂଡାନ୍ତ ରୂପେ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅଂଶଗ୍ରହଣ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଳାଦ ଯୋଶୀଙ୍କ ତରଫରୁ ପ୍ରାୟ ୪୦ଟି ଦଳର ସଭାପତିଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତି ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ସଭାରେ ଭାଗ ନେଇଛନ୍ତି। ଦେଶର  ୩୦ଟି ସ୍ଥାନରେ ଚଳିତ ବର୍ଷ ଡିସେମ୍ୱରରୁ ୨୦୦ରୁ ଅଧିକ ଜି-୨୦ ବୈଠକ ଆୟୋଜନ କରାଯିବ ବୋଲି ଆଶା କରାଯାଉଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଏକ ବର୍ଷ ପାଇଁ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି।

ସେପଟେ ବିଜେପିର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କହିଛନ୍ତି, ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଗର୍ବର ବିଷୟ ଏବଂ ଏହା ସମଗ୍ର ଭାରତବାସୀଙ୍କ ପାଇଁ ସଂସ୍କୃତି ପ୍ରତିଷ୍ଠା କରିବାର ଏକ ସୁଯୋଗ। ୟୁକ୍ରେନ ଯୁଦ୍ଧ ଏବଂ କୋଭିଡ ମହାମାରୀ ସମସ୍ୟା ଭଳି ବିଶ୍ୱ ଚ୍ୟାଲେଞ୍ଜ ମଧ୍ୟରେ ଦେଶର ଆର୍ଥିକ ଶକ୍ତି ଭାବରେ ଦେଶର ଆର୍ବିଭାବକୁ ବିଶ୍ୱବ୍ୟାପୀ ଗ୍ରହଣ କରାଯାଇଛି। ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି, ବୈଠକରେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହେବ। ବିଜେପିର ଭବିଷ୍ୟତ ରଣନୀତି, ରାଜ୍ୟସଭାର ନିର୍ବାଚନର ପରବର୍ତ୍ତୀ ରାଉଣ୍ଡ ପାଇଁ ପ୍ରସ୍ତୁତି ଏବଂ ବିଭିନ୍ନ ସାଂଗଠନିକ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯିବ। ଦଳର ଉପସ୍ଥିତିକୁ ଆହୁରି ମଜଭୁତ କରିବା ପାଇଁ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତାଙ୍କୁ ନିୟୋଜିତ କରାଯାଇଛି। ବିଶେଷ କରି ସେହି ସ୍ଥାନରେ ଯେଉଁଠାରେ ୨୦୧୯ ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ପରାସ୍ତ ହୋଇଥିଲେ। ତେଣୁ ୨୦୨୪ରେ ଦଳ ଦେଶରେ କ୍ଷମତା ହାସଲ କରିବାକୁ ପ୍ରସ୍ତୁତ କରିଛି ବ୍ଳୁ ପ୍ରିଣ୍ଟ।

ଅନ୍ୟପଟେ, ଜି-୨୦ର ପ୍ରଥମ ବୈଠକ ରବିବାର ଠାରୁ ରାଜସ୍ଥାନ ଉଦୟପୁରରେ ଆରମ୍ଭ ହୋଇଛି। ବୈଠକରେ କେନ୍ଦ୍ରର ବୈଶ୍ୱିକ ଋଣ ବୃଦ୍ଧି, ନିଯୁକ୍ତି ହ୍ରାସ, ମୁଦ୍ରାସ୍ପୀତ ବୃଦ୍ଧି ଏବଂ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ, ଏହି ବୈଠକ ୪ ଦିନ ଧରି ଅର୍ଥାତ୍ ଡିସେମ୍ୱର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ବୈଠକରେ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା ହେବ। ଆସନ୍ତାବର୍ଷ ସେପ୍ଟେମ୍ୱର ୯ ଏବଂ ୧୦ରେ ଜି-୨୦ ନେତାଙ୍କ ଶିଖର ସମ୍ମଳନୀ ନୂଆଦିଲ୍ଲୀରେ ସ୍ଥିର ହୋଇଛି। ଭାରତ ଜି-୨୦ର ସଭାପତି ହେବା ପରେ ଏହାର ନୂଆ ଲୋଗୋ ଭାରତର ୧୦୦ଟି ଐତିହାସିକ ସ୍ଥାନରେ ପ୍ରଦର୍ଶିତ ହେବ। ତେବେ ଡିସେମ୍ୱର ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଇଣ୍ଡୋନେସିଆ ଠାରୁ ଆନୁଷ୍ଠାନିକ ଭାବରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଛି ଭାରତ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *