ମୋଦି ବିରୋଧୀ ବୟାନ ପରେ ତେଜୁଛି ବିବାଦ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍‌ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସ ସମ୍ମୁଖରେ ବିଜେପି କର୍ମକର୍ତ୍ତା କରିଛନ୍ତି ଜୋରଦାର ବିରୋଧ ପ୍ରଦର୍ଶନ।  ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାକ ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି କି, ପାକ୍ ମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ଲଜ୍ଜାଜନକ। ୧୯୭୧, ଆଜିର ଦିନରେ ଭାରତ ପାକିସ୍ତାନକୁ ହରାଇଥିଲା। ଆଜି ମଧ୍ୟ ସେ ସେହି କଷ୍ଟରେ ରହୁଛନ୍ତି।

ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀଙ୍କ ବୟାନକୁ ନିନ୍ଦା କରି ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ। ଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସ ଆଗରେ ଦଳ ତରଫରୁ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପଟେ ଭୁଟ୍ଟୋଙ୍କ ବୟାନକୁ ଲଜ୍ଜାଜନକ କହିଛନ୍ତି ଅନୁରାଗ ଠାକୁର। ସେ କହିଛନ୍ତି,  ପାକିସ୍ତାନର କାର୍ଯ୍ୟ ଓ ମାନସିକତାକୁ ଦୁନିଆ ଦେଖୁଚି। ଏମାନେ ଆତଙ୍କବାଦୀକୁ ପ୍ରଶ୍ରୟ ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆମେରିକା ପାକିସ୍ତାନରେ ଓସାମା ବିନ ଲାଦେନକୁ ମାରିଛି। ପାକିସ୍ତାନରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରୁଛି। ୧୯୭୧ ଆଜିର ଦିନରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ହୁଏତ ଏହି କଷ୍ଟକୁ ଭୁଲି ପାରୁ ନାହାନ୍ତି ପାକ ମନ୍ତ୍ରୀ।

ଠାକୁରଙ୍କ ପ୍ରତିକ୍ରିୟା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର  ପିଏମଙ୍କ ଉପରେ ଭୁଟ୍ଟୋଙ୍‌କ ମନ୍ତବ୍ୟ ଓ ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ତୀକ୍ଷ୍ନ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଲାଦେନଙ୍‌କୁ ଆଶ୍ରୟ ଦେଇଥିବା ଓ ନିଜ ପଡୋଶୀ ରାଷ୍ଟ୍ରର ପାର୍ଲିଆମେଣ୍ଟ ଉପରେ ଆକ୍ରମଣ କରୁଥିବା ଦେଶ ଏମିତି ବି ବିଶ୍ବସ୍ତ ନୁହେଁ କି ତାର ଉପଦେଶକୁ ପରିଷଦ ଗ୍ରହଣ କରିବ।

ପାକ ବିଦେଶ ମନ୍ତ୍ରୀ ନ୍ୟୁୟର୍କରେ ସାମ୍ବାଦିକ ସମ୍ମଳନୀରେ  କହିଥିଲେ କି, ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦଙ୍‌କ ଏଣ୍ଟି୍ର ଉପରେ ବ୍ୟାନ ଲଗାଇଥିଲା ଆମେରିକା। ଏଥିସହ ସେ ଆହୁରି କହିଥିଲେ କି, ପ୍ରଧାନମନ୍ତ୍ରୀ ମୋଦି ଓ ବିଦେଶ ମନ୍ତ୍ରୀ ଜୟଶଙ୍କର ଆରଏସଏସର ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ। ଭାରତ ସରକାର ହିଟଲରର ବିଚାରଧାରା ଉପରେ ବିଶ୍ବାସ କରୁଛି।  

Leave a Reply

Your email address will not be published. Required fields are marked *