କଟକ: ହାଇକୋର୍ଟ ଗଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନା ନାଗଙ୍କ ବେଆଇନ ସମ୍ପତ୍ତିର ତଦନ୍ତ କରୁ ଇଡି। ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି। ମାମଲାରେ ଭୁବନେଶ୍ବର ଡିସିପିଙ୍କ ସମେତ ୭ ଜଣ ପକ୍ଷଭୁକ୍ତ। ଅର୍ଚ୍ଚନାଙ୍କ ସହ ସମ୍ପର୍କ ନେଇ ଯେଉଁ ନାଁ ଆସିଛି ତଦନ୍ତ ହେଉ। ସେପଟେ ଜାମିନ ଆବେଦନ କଲେ ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇପାରିନଥିଲା। ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରିନଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now