ଶ୍ରୀଖଣ୍ଡ ଯାତ୍ରାରେ ମଧ୍ୟପ୍ରଦେଶର ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Spread the love

କୁଲ୍ଲୁ : ଶ୍ରୀଖଣ୍ଡ ଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଅମର ମୋଇଦେ (୩୩) । ସେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

ପୋଲିସ ଅଧିକ୍ଷକ ସାକ୍ଷୀ ବର୍ମା ଶନିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ମଧ୍ୟପ୍ରଦେଶ ନିବାସୀ ୩୩ ବର୍ଷିୟ ଅମର ମୋଇଦେ ଶ୍ରୀଖଣ୍ଡ ଯାତ୍ରାରେ ଯାଉଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଥାଚଡ଼ୁ ଆଧାର ଶିବିରରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାସ୍ତବରେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *