ହରିୟାଣା ହିଂସାରେ ଏପର୍ଯ୍ୟନ୍ତ ୧୦୨ ଟି ଏଫ୍ଆଇଆର୍ ପଞ୍ଜୀକୃତ, ୨୦୨ ଗିରଫ

Spread the love

ଚଣ୍ଡିଗଡ଼ : ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ, ହରିୟାଣା ନୁହୁରେ ପୋଲିସ ଲଗାତାର ନିୟୋଜିତ ହୋଇଛି ଏବଂ ଏପର୍ଯ୍ୟନ୍ତ ୧୦୨ ଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇ ସାରିଛି ଏବଂ ୨୦୨ ଜଣଙ୍କୁ ଗିରଫ କରାଯାଇଛି ।

ଗୃହମନ୍ତ୍ରୀ ବିଜୟ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ୮୦ ଜଣଙ୍କୁ ଅଟକ ରଖାଯାଇଛି । ଦୋଷୀଙ୍କୁ ଦଣ୍ଡ ଏବଂ ନିରୀହ ଲୋକଙ୍କୁ ଯେପରି ସଜା ନମିଳୁ ଏହି ସନ୍ଧର୍ବରେ ପୋଲିସ କାର୍ଯ୍ୟ କରୁଛି । ସେଥିପାଇଁ ଦୃଢ ସାକ୍ଷ ପ୍ରମାଣ ସଂଗ୍ରହ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ଏବଂ ଜଣେ ଅପରାଧୀକୁ ବି ଛଡାଯିବ ନାହିଁ  । ଆଇନ ଅନୁଯାୟୀ ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରାଯାଉଛି ଓ ସୂଚନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସୋସିଆଲ ମିଡିଆର ମନିଟରିଂ ଏବଂ ସ୍କାନ କରିବା ପାଇଁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି, ଯାହା ସୋସିଆଲ ମିଡିଆ ସ୍କାନ କରିବ । ଯେଉଁମାନେ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *