ତେଲେଙ୍ଗାନା: ୧୨ ଛାଡିଲେ କଂଗ୍ରେସ

Spread the love

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ଝଡ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିଲା। ଏହି କମିଟିରେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ଏହାକୁ ନେଇ ସୃଷ୍ଟି ହୋଇଥିବା ବିଦ୍ରୋହର ଫଳ ସ୍ବରୂପ  ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି।

ବିଦ୍ରୋହୀ ନେତା ଅଭିଯୋଗ ଆଣିଛନ୍ତି କି, ଅନ୍ୟଦଳରୁ ତଥା ଟିଡିପିରୁ ନେତାଙ୍କୁ ଆମଦାନୀ କରି କମିଟିରେ ପ୍ରମୁଖ ପଦପଦବୀ ଦିଆଯାଇଛି। ଏହା ସେମାନଙ୍କ ପ୍ରତି ଅବହେଳାର ନୁମନା। ଟିଡିପି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚଳାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏକ ଶକ୍ତ ଲଢ଼େଇ ଆବଶ୍ୟକ ବୋଲି ସେମାନେ କହିଛନ୍ତି।  ତେଲେଙ୍ଗାନା ବିଧାୟକ ସେଥକ୍କା ମଧ୍ୟ ଇସ୍ତଫା ଦେଇଥିବା ସଦସ୍ୟଙ୍କ ମଧ୍ୟରେ ଅଛନ୍ତି। ୧୨ କଂଗ୍ରେସ ସଦସ୍ୟ ନିଜ ଇସ୍ତଫାପତ୍ରରେ ବାହାର ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଦେବାକୁ ଦର୍ଶା ଯାଇଛନ୍ତି।

Leave a Reply

Your email address will not be published. Required fields are marked *