ଆଉ ୧୨ ଚିତା ଆସିଲେ ଭାରତ

Spread the love

ଭୋପାଳ: ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆସି ପହଞ୍ଚିଛି ଭାରତରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛଡ଼ାଯାଇଛି। ଆଗରୁ ୮ଟି ଆଫ୍ରିକାନ ଚିତା ନାମ୍ୱିଆରୁ ଆସିଥିଲା। ୧୦ ବର୍ଷ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଚୁକ୍ତି ମୁତାବକ ଏହି କ୍ରମରେ ଦ୍ୱିତୀୟ ଥର ଚିତା ଭାରତକୁ ଆସିଛି।

କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିବା ପରେ ୧୨ଟି ଚିତାକୁ ସେମାନଙ୍କ କ୍ୱାରେଣ୍ଟାଇନ୍ ଏନକ୍ଲୋଜରକୁ ଛଡ଼ାଯାଇଛି। ପ୍ରାୟ ୧୦ଟି କ୍ୱାରେଣ୍ଟାଇନ ଏନକ୍ଲୋଜର ତିଆରି ହୋଇଛି। ଭାରତୀୟ ଓ୍ୱାଇଲ୍ଡ ଲାଇଫ ଆଇନ ଅନୁସାରେ ଦେଶକୁ ଆସୁଥିବା ଜୀବଜନ୍ତୁଙ୍କୁ ଅତି କମରେ ୩୦ ଦିନ ଯାଏ ଆଇସୋଲେସନରେ ରଖିବାକୁ ପଡ଼ିବ। ଗଲା ସେପ୍ଟେମ୍ୱରରେ ଆସିଥିବା ୮ଟି ଚିତା ଏବେ ହଣ୍ଟିଂ ଏନକ୍ଲୋଜରରେ ରହୁଛନ୍ତି। ୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଏମାନେ ବିଚରଣ କରୁଛନ୍ତି। ଆଉ ଖୁବ ଶୀଘ୍ର ଏମାନଙ୍କୁ ଓ୍ୱାଇଲଡ ପରିବେଶକୁ ଛଡ଼ାଯିବ ବୋଲି କୁହାଯାଉଛି।

ଭାରତରେ ଶେଷ ଚିତା ୧୯୪୭ରେ ଦେଖାଦେଇଥିଲା। ଆଉ ଭାରତରେ ଚିତା ବଂଶ ବିଲୁପ୍ତ ହେଲା ବୋଲି ୧୯୫୨ରେ ଘୋଷଣା ହୋଇଥିଲା। କିନ୍ତୁ ଭାରତରେ ଚିତାକୁ ଆଉଥରେ ଆଣିବାକୁ ୨୦୨୦ରେ ପ୍ରୟାସ ଆରମ୍ଭ ହୋଇଥିଲା। ଯେତେବେଳେ ସୁପ୍ରିମକୋର୍ଟ କହିଥିଲେ କି, ଆଫ୍ରିକୀୟ ଚିତାକୁ ଭାରତକୁ ପାଇଲଟ ଭିତ୍ତିରେ ଆଣିପାରିଲେ, ଚିତା ବଂଶର ବୃଦ୍ଧି ହେବ। ଆଉ ଏହି ଅନୁସାରେ ଭାରତ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ପ୍ରୋଜେକ୍ଟ ଚିତା ସଫଳ ପଥରେ ଆଗେଇଚାଲିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *