ଦେଶରେ ଖୋଲିବ ୧୪,୫୦୦ ପିଏମ ଶ୍ରୀ ସ୍କୁଲ

Spread the love

ନୂଆଦିଲ୍ଲୀ: ଗୁରୁଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା।  ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମ୍‌-ଶ୍ରୀ ଅନ୍ତର୍ଗତ ସାରା ଦେଶରେ ଗଠନ କରାଯିବ ୧୪ ହଜାର ୫ଶହ  ସ୍କୁଲ। ଏସମ୍ପର୍କରେ ପିଏମ ସିରିଜ ଟ୍ବିଟ କରି ଘୋଷଣା କରିଛନ୍ତି।

ପିଏମ ଟ୍ବିଟ କରି କହିଛନ୍ତି, ଆଜି ଶିକ୍ଷକ ଦିବସ ଅବସରରେ ମୁଁ ଏକ ନୂଆ ପଦକ୍ଷେପର ଘୋଷଣା କରୁଛି। ସାରା ଦେଶରେ ୧୪,୫୦୦ ସ୍କୁଲକୁ ପିଏମଶ୍ରୀ ଅନ୍ତର୍ଗତ ବିକଶିତ ଓ ଉନ୍ନତ କରାଯିବ। ସବୁ ସ୍କୁଲ ମଡେଲ ସ୍କୁଲ ଓ ଏଥିରେ ରାଷ୍ଟ୍ରୀ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟକରିବ।

ପିଏମ ଶ୍ରୀ ସ୍କୁଲରେ ଶିକ୍ଷା ପ୍ରଦାନ କରିବାକୁ ଏକ ଆଧୁନିକ, ପରିବର୍ତ୍ତନ ଅଣାଯିବ ଓ ସମଗ୍ର ବ୍ୟବସ୍ଥା ହେବ ଓ ଗବେଷଣା ମୁଖୀ ହେବ। ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ, ସ୍ମାର୍ଟ ଶ୍ରେଣୀଗୃହ, ଖେଳ ଓ ବହୁ ସୁବିଧା ଯୋଗାଇ ଦିଆଯିବ।  ଏହା ଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ କରିବ।

Leave a Reply

Your email address will not be published. Required fields are marked *