ଚଳିତ ସପ୍ତାହରେ ମୁମ୍ବାଇ ଏୟାରପୋର୍ଟରୁ ୧୫ କେଜି ସୁନା ଜବତ

Spread the love

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ  କଷ୍ଟମ ବିଭାଗ ୧୫ କେଜି ସୁନା ଜବତ କରିଛି।  ଚାରୋଟି ମାମଲାରେ ଏହି ସୁନା ଜବତ ହୋଇଥିବା ବେଳେ ଏହାର  ମୂଲ୍ୟ ୭.୮୭ କୋଟି ହେବ। ଏଥିସହ ଦୁଇଟି ପୃଥକ ପୃଥକ ମାମଲାରେ ୨୨ ଲକ୍ଷର ବିଦେଶୀ ଅର୍ଥ ମଧ୍ୟ ଜବତ ହୋଇଛି ଓ ୭ ଜଣଙ୍କୁ ଗିରଫ କରାଯାଇଛି।

ଚଳିତ ସପ୍ତାହର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା ସିବାଜୀ ମହାରାଜା ଇଣ୍ଟରନାସନାଲ ଏୟାରପୋର୍ଟରୁ।  ଦୁବାଇରୁ ଫେରିଥିବା ଜଣେ ଭାରତୀୟଙ୍କ ନିକଟରୁ ୯କେଜି ୮୯୫ ଗ୍ରାମର ସୁନା ଜବତ କରିଥିଲା କଷ୍ଟମ, ଯାହାର ମୂଲ୍ୟ ୫କୋଟି ୨୦ ଲକ୍ଷ ହେବ। ସେହି ସବୁ ସୁନାକୁ ସେ ଛାତି ବେଟରେ ଥିବା ୯ଟି ପକେଟରେ ପୁରାଇ ଆଣୁଥିଲେ। ଦୁବାଇ ଏୟାରପୋର୍ଟରେ ଦୁଇ ଜଣ ସୁଦାନ ଯାତ୍ରୀ ସେହି ସୁନା ତାଙ୍କୁ ଭାରତ ଆଣିବାକୁ ଦେଇଥିବା ଧରାପଡିବା ପରେ ଭାରତୀୟ ନାଗରିକ କହିଛନ୍ତି। ସେହି ଦୁଇ ସୁଦାନ ନାଗରିକଙ୍କୁ ମଧ୍ୟ ଅବକାରୀ ବିଭାଗ ନିଜ ହେପାଜତକୁ ନେଇ ସେମାନଙ୍କୁ ପଚରାଉଚରା କରିଛି। ସମସ୍ତ ୩ ଜଣଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ।

Leave a Reply

Your email address will not be published. Required fields are marked *