୨୦୨୨ ବର୍ଷରେ ୧୭୨ ଆତଙ୍କୀଙ୍କ ମୃତ୍ୟୁ

Spread the love

ଶ୍ରୀନଗର: ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ସହ ଆତଙ୍କୀ ଗୁଳି ବିନିମୟରେ ମୋଟ ୧୭୨ ଜଣ ଆତଙ୍କବାଦୀଙ୍‌କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୨ ବିଦେଶୀ ଆତଙ୍କୀ ରହିଛନ୍ତି। ଏହି ସୂଚନା ଦେଇଛନ୍ତି ଜମ୍ମୁ ଆଡିସିନାଲ ଡିରେକ୍ଟର ଜେନେରାଲ  ବିଜୟ କୁମାର।

କାଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ୯୩ ପ୍ରତିଶତ ସଫଳ ଥିଲା। ସେ ଆହୁରି କହିଛନ୍ତି କି, ସୁରକ୍ଷାବଳ ଗୁଳିରେ ମୃତ୍ୟୁବରଣ କରିଥିବା ୧୦୮ ଆତଙ୍କୀ  ରେସିଷ୍ଟାନ୍ସ ଫ୍ରଣ୍ଟ ବା ଲସ୍କର ଏ ତୋଏବାର ଥିବା ବେଳେ ୩୫ ଜଏସ ଏ ତୋଏବାର ଓ ହିଜବୁଲ ମୁଜାହିଦିନର ୨୨, ଅଲ ବାଦରର ୪ ଓ ଅନସାର ଘାଜୱାତ ଉଲ ହିନ୍ଦ ଆତଙ୍କବାଦୀ ସଂଗଠନର ୩ ଜଣ  ଥିଲେ। ୨୦୨୨ ବର୍ଷରେ ୯୩ ସଫଳ ଏନକାଉଣ୍ଟର କାଶ୍ମୀରରେ ହୋଇଥିବା ବେଳେ ୪୨ ବିଦେଶୀ ଆତଙ୍କୀଙ୍କୁ ମିଶାଇ ମୋଟ ୧୭୨ ଆତଙ୍କୀଙ୍କୁ ମରାଯାଇଛି।

ଏହି ସମୟରେ କୌଣସି ହରତାଲ, ରାସ୍ତାରେ ହିଂସା, ପଥର ମାଡ ପରି ଘଟଣା ଘଟିନଥିବା ବେଳେ କୌଣସି ଇଣ୍ଟରନେଟ ସେବା ବ୍ୟାହତ ହୋଇନାହିଁ। ଏହା ବ୍ୟତୀତ ଆତଙ୍କୀଙ୍କ ମୃତ୍ୟୁରେ କୌଣସି ଶେଷ ଯାତ୍ରା ହୋଇନାହିଁ। ଆତଙ୍କୀଙ୍କ ପାଇଁ  କୌଣସି ବିରୋଧ ବା ପ୍ରଦର୍ଶନ କରାଯାଇ ନାହଁ।

ଏଡିଜିପି କହିଛନ୍ତି କି, ଏହି ଏନକାଉଣ୍ଟର କାଳରେ ବହୁ ଆତଙ୍କୀ ସଂଗଠନର ମୁଖ୍ୟ ଓ ଟପ କମାଣ୍ଡରକୁ ମରାଯାଇଛି। ତେବେ ଏଥିରେ ହିଜବୁଲ ମୁଜାହିଦିନର ମୁଖ୍ୟ ଫାରୁକ ନାଲି ଓ ଲକ୍ସର ଏ ତୋଏବାର କମାଣ୍ଡର ରିଆଜ ସେଥ୍ରି ବର୍ତ୍ତି ଯାଇଥିଲେ। ଚଳିତ ବର୍ଷ ଲସ୍କରରେ ୭୪ ଆତଙ୍କୀ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ୧୮ ଜଣ ସକ୍ରିୟ ରହିଛନ୍ତି।

ସେହିପରି ଆତଙ୍କୀ ସଂଗଠନରେ ୧୦୦ ଫ୍ରେସ ନିଯୁକ୍ତି ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏହି ସଂଖ୍ୟା ୩୭ ପ୍ରତିଶତ ହ୍ରାସ ପାଇଛି। ଏଥିସହ ଆତଙ୍କବାଦୀଙ୍କଠାରୁ ୩୬୦ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ସେସବୁ ମଧ୍ୟରେ ୧୨୧ ଏକେ ସିରିଜର ରାଇଫଲ, ୦୮ ଏମ୪ କାର୍ବାଇନ ଓ ୨୩୧ ପିସ୍ତୋଲ ରହିଛି। ସମୟ ଥାଇ ଆଇଇଡି, ବମ, ଗ୍ରେନେଡ ଉଦ୍ଧାର କରାଯିବାରୁ ବହୁ ଆତଙ୍କୀ ଆକ୍ରମଣକୁ ଏଡାଇ ଦିଆଯାଇଥିବା ଏଡିଜିପି ସୂଚନା ଦେଇଛନ୍ତି।

ସେହିପରି ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୯ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୩ ଜଣ କାଶ୍ମୀର ପଣ୍ଡିତ ଥିଲେ। ଆତଙ୍କୀଙ୍କ ଦ୍ବାରା ପ୍ରାଣହରାଇଥିବା ୨୯ ନାଗରିକଙ୍କ ମଧ୍ୟରୁ ୮ ଜଣ କାଶ୍ମୀର ବାହାରର ହୋଇଥିବା ବେଳେ ୨୧ ସ୍ଥାନୀୟ ନାଗରିକ ଥିଲେ।  ସେମାନଙ୍କ ମଧ୍ୟରେ ୬ ହିନ୍ଦୁ, ୩ କାଶ୍ମୀର ପଣ୍ଡିତ, ୧୫ ମୁସଲମାନ ନାଗରିକ ଥିଲେ।

ଏହି ସମୟରେ ଆତଙ୍କୀଙ୍କ ସହ ଗୁଳିମାଡରେ ୨୬ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀର ପୁଲିସର ୧୪ ସଦସ୍ୟ ରହିଥିଲେ।

Leave a Reply

Your email address will not be published. Required fields are marked *