ଅପରେସନ ଗରୁଡରେ ୧୭୫ ଗିରଫ

Spread the love

ନୂଆଦିଲ୍ଲୀ: କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇର ମାଦକ ଦ୍ରବ୍ୟ ତସ୍କରୀ ଉପରେ ବଡ କାର୍ଯ୍ୟାନୁଷ୍ଠା। ସିବିଆଇ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବଡ ଧରଣର ପଦକ୍ଷେପ ନେଇଛି। ଅନେକ ରାଜ୍ୟର ପୁଲିସ ସହ ମିଶି ତଦନ୍ତକାରୀ ସଂସ୍ଥା ଆରମ୍ଭ କରିଛନ୍ତି ଏକ ଅଭିଯାନ।   ଏଥିରେ ୧୭୫ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଠାରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏନେଇ ଗୁରୁବାର ଅଧିକାରିକ ସ୍ତରରେ ସୂଚନା ଦିଆଯାଇଛି।

ଚଳିତ ସପ୍ତାହ ଆରମ୍ଭରେ ଅପରେସନ ଗରୁଡ ନାମକ ଏକ ଅଭିଯାନ ଆରମ୍ଭ କରିଛି ସିବିଆଇ। ଦେଶରେ ମାଦକ ଦ୍ରବ୍ୟ ତସ୍କରୀ ଉପରେ ରୋକ ଲଗାଇବାକୁ ଏହି ଅଭିଯାନ ହୋଇଛି। ଏହି ଅପରେସନରେ ଇଣ୍ଟରପୋଲ ସାମିଲ ହୋଇଛି । ଏନସିବି ଓ ରାଜ୍ୟ ପୁଲିସ ମଧ୍ୟ ଅପରେସନ ଗରୁଡରେ ସିବିଆଇକୁ ସହଯୋଗ କରୁଛି।

ଏହି କ୍ରମରେ ଏପର୍ଯ୍ୟନ୍ତ ୧୨୭ ମାମଲା ଦାୟର ହୋଇଛି, ୧୭୫ ଜଣଙ୍କୁ ଗିରଫ କରାଯାଇଛି। ପଞ୍ଜାବ, ହରିଆଣା, ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଓ ମଣିପୁରରେ ଅପରେସନ ଗରୁଡ ହୋଇଛି। ଚଢାଉ ବେଳେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ମଧ୍ୟ ଜବତ ହୋଇଛି ବୋଲି ସିବିଆଇ ଅଧିକାରୀଙ୍କ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *