୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲା : କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

Spread the love

ନୂଆଦିଲ୍ଲୀ : ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍‌? ଦାଖଲ କରିଛି । ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ଚାର୍ଜଶିଟ୍‌? ଫାଇଲ କରି ସିବିଆଇ କହିଛି ଯେ ଜଗଦୀଶ ଟାଇଟଲର ୧୯୮୪ ମସିହା ନଭେମ୍ବର ୧ରେ ଲୋକମାନଙ୍କୁ ଉସକାଇବା ସହ ପୁଲ ବାଙ୍ଗାଶରେ ଏକାଠି କରାଇଥିଲେ ।

ତାଙ୍କରି ଇସାରାରେ ଲୋକମାନେ ୩ ଜଣ ଶିଖଙ୍କୁ ହତ୍ୟା କରିଥିଲେ । ଟାଇଟଲରଙ୍କ ନାଁରେ ସିବିଆଇ ଦଙ୍ଗା ଓ ହତ୍ୟା ଭଳି ଦଫା ଲଗାଇଛି । କୋର୍ଟ ଜୁନ ୨ରେ ଚାର୍ଜ ଗୁଡ଼ିକ ଉପରେ ବିଚାର କରିବେ ।

Leave a Reply

Your email address will not be published. Required fields are marked *