ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପବ୍ଲିକେସନ

Spread the love

ମଦୁରାଇ: ଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ପବ୍ଲିକେସନ ହାଉସ ଓ ଫିଲ୍ମ କମ୍ପାନୀ ତାମିଲ ନାଡୁରେ ରହିଛି। ତାମିଲନାଡୁର ମଦୁରାଇ ଜିଲ୍ଲା  ନରିମେଡୁରେ ଏହି ଦୁଇ ସଂସ୍ଥା ସ୍ଥାପନ କରିଥିଲେ ଜଣେ ଟ୍ରାନ୍ସଜେଣ୍ଡର। ଏହି ପରିସରରେ ଟ୍ରାନ୍ସଜେଣ୍ଡର ଲାଇବେଅରି ମଧ୍ୟ ରହିଛି। ୨୦୨୦ ନଭେମ୍ବର ୧ ତାରିଖରେ ପ୍ରିୟା ବାବୁଙ୍କ ଦ୍ବାରା ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରିୟା ହେଉଛନ୍ତି ଟ୍ରାନ୍ସଜେଣ୍ଡର କେନ୍ଦ୍ରର ନିର୍ଦ୍ଦେଶକ।

ପ୍ରିୟାଙ୍କ ଦ୍ବାରା ସ୍ଥାପିତ ଲାଇବ୍ରେରୀରେ ୨୦୦ରୁ ଅଧିକ ବହି ଓ ୧୦ହଜାରରୁ ଅଧିକ ନ୍ୟୁଜ କଲେକ୍ସନ ରହିଛି। ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟଙ୍କ ଦ୍ବାରା ସେମାନଙ୍କ ପାଇଁ ପାସ ହେଉଥିବା ରାୟ ସମ୍ପର୍କରେ ଅବଗତ କରିବାକୁ ସେ ଏହାକୁ ସଂଗ୍ରହ କରୁଥିବା କହିଛନ୍ତି ପ୍ରିୟା। ୧୯୯୦ରୁ ସୁପ୍ରିମକୋର୍ଟ ତଥା ସରକାର ଦ୍ବାରା ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆସୁଥିବା ନିର୍ଦ୍ଦେଶ ଲାଇବ୍ରେରୀରେ ଗଛିତ ରହିଛି।

ପ୍ରିୟା ନିଜେ ଜଣେ ଟ୍ରାନ୍ସଜେଣ୍ଡର। ସେ ମଦୁରାଇ ବାସିନ୍ଦା ହୋଇଥିବା ବେଳେ ଲାଇବ୍ରେରିଆର ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଏହି ବର୍ଗଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇବ୍ରେରୀ ପ୍ରତିଷ୍ଠା କରିବାକୁ ଦେଖିଥିଲେ ସ୍ବପ୍ନ। ସେ ଟ୍ରାନ୍ସଜେଣ୍ଡର ସମୂଦାୟର ସାମାଜିକ ପ୍ରତିଷ୍ଠାର ଦାୟିତ୍ବ ନେଇଥିଲେ। ତେଣୁ ସେମାନଙ୍କ ସମ୍ବନ୍ଧରେ ରଚିତ ପୁସ୍ତକ ସଂଗ୍ରହର ଜିମା ନେଇଥିଲେ ପ୍ରିୟା। ସେ ନିଜେ ମଧ୍ୟ ଜଣେ ଲେଖିକା। ତାଙ୍କ ପବ୍ଲିକେସନ ହାଉସ ଅଧୀନରେ ବିଭିନ୍ନ ଟ୍ରାନ୍ସଜେଣ୍ଡରଙ୍କ ପୁସ୍ତକ ପ୍ରକାଶ ହୋଇଥାଏ।

ବର୍ତ୍ତମାନ ମଦୁରାଇରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବେଶ ଉପାଦେୟ ହୋଇଛି। ଏହି ଲାଇବ୍ରେରୀ ବହୁ ଛାତ୍ରଛାତ୍ରୀ, ପିଏଚଡି ସ୍କଲାର, ଗବେଷକ ଓ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ  ସହାୟକ ହୋଇଛି। ଏପରିକି ମୁମ୍ବାଇ, କେରଳ ଆଦି ସ୍ଥାନରୁ ଛାତଛାତ୍ରୀ  ଏକ ମାସର ଇନଣ୍ଟସିପ କରିଥାନ୍ତି ଏହି ଲାଇବ୍ରେରିରେ। ପରବର୍ତ୍ତୀ ସମୟରେ ଉପାନ୍ତ ଇଲାକାର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପ୍ରିୟାଙ୍କ ଦ୍ବାରା ଟ୍ରାନ୍ସ ନ୍ୟୁଜ ନାମକ ଏକ ଅନଲାଇନ ମାଗାଜିନ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *