ଏମଏମଏସ ଘଟଣାରେ ୩ ଗିରଫ, ୨ ଦିନ କ୍ଲାସ ବନ୍ଦ

Spread the love

ଚଣ୍ଡିଗଡ: ଚଣ୍ଡିଗଡ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଗ୍ର ହୋଇଛି ବିରୋଧ ଓ ହଙ୍ଗାମା। ଭିଡିଓ ଭାଇରାଲ ପରେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଖଣ୍ଡନ କରିଛି ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ସେପଟେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଆସନ୍ତା୨୪ ତାରିଖ ଯାଏ ସମସ୍ତ କ୍ଳାସକୁ ବାତିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ତୀବ୍ର ହେବାରେ ଲାଗିଛି ମୋହାଲି ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଏମଏମଏସ୍ ଲିକ୍ ମାମଲା। ଦ୍ବିତୀୟ ଦିନ ପାଇଁ ରାତି ତମାମ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଛି ବିରୋଧ ଓ ନାରାବାଜି। ଶନିବାର ରାତିରେ ଛାତ୍ରୀଙ୍କ ଭିଡିଓ ଭାଇରାଲକୁ ନେଇ ହୋ ହାଲ୍ଲା, ନାରାବାଜି ହୋଇଥିଲା। ତେବେ ରବିବାର ଏହି ଏମଏମଏସ କାଣ୍ଡର ଅଭିଯୁକ୍ତ ତେବେ ଭିଡିଓ ଭାଇରାଲ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା୨୪ ତାରିଖ ଯାଏ ସମସ୍ତ କ୍ଳାସକୁ ବାତିଲ କରିଛନ୍ତି। ସେହିପରି ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ନିଲମ୍ୱିତ କରାଯାଇଛି। ପୋଲିସ ମଧ୍ୟ ଭିଡିଓ ଲିକ୍ ଘଟଣାରେ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ସହ ତାର ଦୁଇ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

 ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ଛାତ୍ରୀ ହଷ୍ଟେଲର ପ୍ରାୟ ୬୦ ଜଣ ଛାତ୍ରୀଙ୍କ ଗାଧୋଇବା ସମୟର ନଗ୍ନ ଭିଡିଓ କରି ଛାତ୍ରୀ ଜଣକ ହିମାଚଳପ୍ରଦେଶରେ ରହୁଥିବା ତାର ପୁରୁଷ ବନ୍ଧୁକୁ ପଠାଇଥିଲା।ଭିଡିଓ ଭାଇରାଲ ହେବା ଜଣାପଡିବା ପରେ ସେହି ୬୦ ଜଣଙ୍କ ମଧ୍ୟରୁ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରିକି ଛାତ୍ରୀ ସେମାନଙ୍କ ଭାଇରାଲ ଭିଡିଓ ଦେଖି ଚେତାଶୂନ୍ୟ ହୋଇଯାଇଥିଲେ। ସେମାନଙ୍କୁ ମୋହାଲିର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ହଷ୍ଟେଲ ରୁମରୁ ଛାତ୍ରଛାତ୍ରୀ ବାହାରି ଆସି ପାଟିତୁଣ୍ଡ, ନାରାବାଜି କରିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା।

ଶେଷରେ ଶିକ୍ଷାର୍ଥୀଙ୍କ ସବୁ ଦାବି କତ୍ତୃପକ୍ଷ ମାନିନେବାରୁ ରାତି ୧୦.୩୦ରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨ ଜଣ ୱାର୍ଡେନଙ୍କୁ ଅବହେଳା ପାଇଁ ନିଲମ୍ୱିତ କରିଥିବାବେଳେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନଙ୍କୁ ବଦଳି କରିଛନ୍ତି। ସେହିପରି ହଷ୍ଟେଲ ଟାଇମିଂରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଗୱନ୍ତ ମାନଙ୍କ ନିର୍ଦ୍ଦେଶରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଗୁରୁପ୍ରୀତ ଦେଓଙ୍କ ତତ୍ତ୍ୱାବଧାନରେ ତିନିଜଣ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରାଯାଇଛି ବୋଲି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି। ସେ ଶାନ୍ତି ପାଇଁ ନିବେଦନ କରିବା ସହ ସୋସିଆଲ ମିଡିଆରେ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ତେବେ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଜୋରଦାର ବିକ୍ଷୋଭ କରାଯାଇଛି। କିଛି ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ଲଗେଜ୍ ନେଇ ଘରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *