ଦେଶର ପୂର୍ବୋତ୍ତରରେ ଦୁଇଟି ଭୂକମ୍ପ ଅନୁଭୂତ

Spread the love

ଇମ୍ଫାଲ: ମଙ୍ଗଳବାର ଦେଶର ପୂର୍ବୋତ୍ତରରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ପ୍ରଥମ ଝଟକା ମଣିପୁରରେ ଅନୁଭୂତ ହୋଇଥିବା ବେଳେ ଦ୍ବିତୀୟ ଭୂକମ୍ପ ମେଘାଳୟର ତୁରାରେ ଅନୁଭୂତ ହୋଇଛି। ଭୂକମ୍ପ ସମ୍ପର୍କରେ ନାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

ନାସନାଲ ସେଣ୍ଟର ଫର ସିସ୍ମୋଲୋଜି ସୂଚନା ମୁତାବକ ପୂର୍ବୋତ୍ତରରେ ହୋଇଥିବା ଦୁଇ ଭୂମିକମ୍ପ ମଧ୍ୟରୁ ପ୍ରଥମଟି ମଣିପୁରର ନୋନି ଜିଲ୍ଲାରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ସୋମବାର ଓ ମଙ୍ଗଳବାର ରାତି ୨.୪୬ରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ର ଜମିଠାରୁ ୨୫ କିମି ତଳେ ଥିଲା।

ସେହିପରି ମେଘାଳୟରେ ସକାଳ ପ୍ରାୟ ୬.୫୭ରେ ଭୂମି ଥରିବାକୁ ଲାଗିଥିଲା। ଏହି କମ୍ପନ ରାଜ୍ୟର ତୁରାଠାରୁ ୫୯ କିମି ଉତ୍ତରରେ ଥିଲା ବେଳେ ଏହାର କେନ୍ଦ୍ର ଥିଲା ଭୂମିଠାରୁ ୨୯ କିମି ତଳେ। ତେବେ ଉଭୟ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *