କୁହୁଡି ପାଇଁ ୨୦୦ରୁ ଅଧିକ ଟ୍ରେନ ରଦ୍ଦ

Spread the love

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ପୂର୍ବାଞ୍ଚଳର ଅଧିକାଂଶ ରାଜ୍ୟରେ ଘନ କୁହୁଡି ସମସ୍ୟା ବଢାଇଛି। ଘନ କୁହୁଡି କାରଣରୁ ଯାତାୟାତ  ଉପରେ ପଡିଛି ପ୍ରଭାବ। ରେଳ ଚଳାଚଳ ବ୍ୟାହତ ହେବା ସହ ୨୦୦ରୁ ଅଧିକ ଟ୍ରେନକୁ ରଦ୍ଦ କରାଯାଇଛି।

ଭାରତୀୟ ରେଳବାଓ ଗୁରୁବାର ଘନ କୁହୁଡି କାରଣରୁ ବହୁ ଟ୍ରେନକୁ ରଦ୍ଦ କରି ଦେଇଛି। ଆଇଆରସିଟିସିର ୱେବସାଇଟ ଅନୁଯାୟୀ ଗୁରୁବାର ୨୧୬ଟି ଟ୍ରେନକୁ ରଦ୍ଦ କରାଯାଇଛି। ଏହି ସବୁ ଟ୍ରେନ ଦେଶର ବହୁ ସହରକୁ ଯାତ୍ରା କରିଥାନ୍ତା। ଯେଉଁ ଯାତ୍ରୀ ଆଜି ଟ୍ରେନରେ ଯାତ୍ରା କରିଥାନ୍ତେ ବା ଆଜି ଯାତ୍ରା କରିବାକୁ ଇଛୁକ ସେମାନେ ରଦ୍ଦ ହୋଇଥିବା ଟ୍ରେନର ସମ୍ପୂର୍ଣ୍ଣ ସୂଚୀ ଅଧିକାରିକ ୱେବସାଇଟ https://enquiry.indianrail.govt.in/mntes/ରେ ଦେଖି ପାରିବେ।

ଘନ କୁହୁଡି ପାଇଁ ଦୃଶ୍ୟମାନ ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଭିଜିବିଲିଟି କେତେକ ସ୍ଥାନରେ ୫୦ ମିଟର ଥିବା ବେଳେ କିଛି ସହରରେ ୧୦୦ମିଟରରୁ ୫୦୦ ମିଟର ଥିଲା। କୌଣସି ଅଘଟଣକୁ ଏଡାଇବାକୁ ଭାରତୀୟ ରେଳବାଇ ପକ୍ଷରୁ ଏହି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *