ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତିହିଡ଼ିରେ ବୈଠକ

Spread the love

ଭଦ୍ରକ : ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଭଦ୍ରକ ପକ୍ଷରୁ ତିହିଡ଼ି ଟାଉନ ହଲ ପରିସରରେ ଏକ ବେଠକ ସମାଜସେବୀ ଇଂ ମହେଶ ଦାସଙ୍କ ସଭାପତିତ୍ୱରେ ଏକ ସଭା ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପଣ୍ଡିତ୍ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ରାମଚନ୍ଦ୍ର ନାୟକ, ଲଲାଟେନ୍ଦୁ ମହାନ୍ତି, କୈଳାସ ଚନ୍ଦ୍ର ମହାପାତ୍ର, ସୁଧାକର ରାଉତ, ଶାନ୍ତନୁ ରାଉତ, ଡା. ହରେକୃଷ୍ଣ ନାୟକ, ଶୀତଳ କୁମାର ବେହେରା, ଡ. ରାଧାରାଣୀ ମହାପାତ୍ର, ସୋମନାଥ ପାଢ଼ୀ, ବିଭୂତି ଭୂଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇ ‘ମେଡ଼ିକାଲ କଲେଜ ନାହିଁ ତ ଭୋଟ ନାହିଁ’ ସ୍ଲୋଗାନ ସରକାରଙ୍କ ନିକଟରେ ପହ ।ଇବା ପାଇଁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ  ସରରୋଜ କୁମାର ଦାସ, କ୍ଷମାମୟ ପାଣ୍ଡବ, ଧୀରେନ୍ଦ୍ର ସାହୁ, ପ୍ରଫୁଲ୍ଲ ପାଢ଼ୀ, ବିଜୟ ବହଳି, କୈଳାସ ବିପ୍ଳବ ରଂଜନ ପତି, ମନୋଜ ପାଣିଗ୍ରାହୀ,   ଚନ୍ଦ୍ର ବେହେରା, ରଘୁନାଥ ଜେନା, ଅମୂଲ୍ୟ ସେନାପତି, ନିରଂଜନ ବାରିକ, ଖଗେଶ୍ୱର ତ୍ରିପାଠୀ, ବିସ୍ମୟ ବିହାରୀ ସାହୁ, ଗୌରାଙ୍ଗ ବାରିକ, ମଥୁରାମୋହନ ବେହେରା, ପି. ହୃଷିକେଶ, ନୀଳମାଧବ ସେନାପତି, ଭକ୍ତବନ୍ଧୁ ପତି, କିଶୋର ନାୟକ, ଦେବେନ୍ଦ୍ର ମହାଳିକ, ଆଶୁତୋଷ କରଣ, ରଂଜୁଲତା ଗାହାଣ, କୃତିବାସ ଜେନା, ପ୍ରଭାତ ଜେନା, ପ୍ରମୁଖ ଯୋଗ ଦେଇ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବା ଜରୁରୀ ବୋଲି କହିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଜିଲାର ସମସ୍ତ ବ୍ଲକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଶୋଭାଯାତ୍ରା କରାଯାଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବ୍ଲକ ବହୁ ସାମାଜିକ ସଂଗଠନର କର୍ମକର୍ତା, ସ୍କୁଲ ଛାତ୍ରଛାତ୍ରୀ ଓ ବୁଦ୍ଧଜୀବୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *